ଗଜପତିରେ ଦ୍ବିତୀୟ ସ୍ତ୍ରୀକୁ ହତ୍ୟା, ସ୍ବାମୀ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ନିଶା ପାନ କରି ଜଣେ ବ୍ୟକ୍ତି ତାର ୨ ୟ ସ୍ତ୍ରୀକୁ ହତ୍ୟା କରିବା ଘଟଣାରେ ସ୍ୱାମୀ ଗିରଫ ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗାରବନ୍ଧ ଥାନା ଅନ୍ତର୍ଗତ ଅମରସିଂ ଗ୍ରାମରେ ନିଜ ଦ୍ବିତୀୟ ସ୍ତ୍ରୀର ହତ୍ୟା କରିଛି ସ୍ବାମୀ.୪୦ ବର୍ଷୀୟ ଗୁରୂମୁ ନାଥ ଶବର ନିଶା ପାନ କରି ପାରିବାରିକ କଳହ ଯୋଗୁଁ ନିଜ୨ ୟ ସ୍ତ୍ରୀ ୩୫ ବର୍ଷୀୟା ସୁଶୀଳା ଶବରଙ୍କୁ ଲାତ ମାରି ଗୁରୁତର କରିଥିଲା.ଗୁରୁତର ହେବା ଯୋଗୁଁ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା. ଚିକିତ୍ସାଧିନ ଅବସ୍ଥାରେ ଆଜି ମୃତ୍ୟୁ ବରଣ କରିଥିବା ପୋଲିସ ପକ୍ଷରୁ ସୂଚନା ରହିଛି। ଏସଡିପିଓ ମାଧବାନନ୍ଦ ନାୟକ ଏବଂ ଗାରବନ୍ଧ ଥାନା ଅଧିକାରୀ ରିନା ରାଣୀ ସାହୁ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଆସାମୀକୁ ଗିରଫ କରିଥିବା ସୂଚନା ମିଳିଛି.