ଗଜପତିରେ ଧାନ ବିହନର ଅଭାବୀ ବିକ୍ରି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲାର କାଶୀନଗର ଓ ଗୋଷଣୀ ବ୍ଲକ ମୁଖ୍ୟତଃ ଧାନ ଚାଷର ପ୍ରମୁଖ ଅଞ୍ଚଳ. ଏହି ୨ ବ୍ଲକକୁ ଦକ୍ଷିଣ ଓଡିଶାର ଭାତ ହାଣ୍ଡି କୁହାଯାଏ. ଗଜପତି ଜିଲ୍ଲାରେ ଓଡିଶାର ଧାନ ବିହନ ବିକ୍ରିର ଅଭାବ ପରିଲକ୍ଷିତ ହୋଇଛି. ଯଦ୍ୱାରା କାଶୀନଗର ଓ ଗୋଷଣୀ ବ୍ଲକର ଚାଷୀମାନେ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ଅଧିକ ଦରରେ କିଣିବା ପାଇଁ ବାଧ୍ୟ ହେଉଛନ୍ତି. ଓଡିଶା ଚାଷୀଙ୍କ ଟଙ୍କାରେ ବର୍ତ୍ତମାନ ଆନ୍ଧ୍ର ବେପାରୀ ବେଶ ଲାଭବାନ ହେଉଛନ୍ତି. ଏନେଇ ଗଜପତିର ଚାଷୀକୁଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ବର୍ତମାନ ଚାରିଆଡେ ପ୍ରାକ ମୌସୁମୀ ବର୍ଷା ହୋଇଛି, ଚାଷୀକୁଳ ନିଜ କ୍ଷେତ କୁ ପ୍ରସ୍ତୁତ କରି ଅପେକ୍ଷା କରି ବସିଛି ଯେ ଭଲ ବିହନ କେମିତି ପାଇବ, ହେଲେ ଓଡିଶା ସରକାରୀ ସଂସ୍ଥା ପୂର୍ବ ପ୍ରସ୍ତୁତି କରିନଥିବା ଅଭିଯୋଗ ହୋଇଛି, ଏହାର ମୌକା ନେଇ ଆନ୍ଧ୍ର ବେପାରୀ ଗଜପତିର ଚାଷୀଙ୍କ ଠାରୁ ଆନ୍ଧ୍ର ବିହନ ଯୋଗାଇ ଦାବି ମୁତାବକ ଅଧିକ ଟଙ୍କା ଆଦାୟ କରୁଛନ୍ତି. ଏନେଇ କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ସବୁ ଜାଣି ଶୁଣି ଚାଷୀଙ୍କୁ ଆବଶକ୍ୟ ଧାନ ବିହନ ଯୋଗାଇବା ପାଇଁ ପଦକ୍ଷେପ ନନେଇ ଚୁପ ହୋଇ ବସିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି. ତୁରନ୍ତ ଧାନ ବିହନ ଯୋଗାଣ ପାଇଁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଗଜପତି ଜିଲ୍ଲାପାଳ ପଦକ୍ଷେପ ନିଅନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି.


