ଗଜପତିରେ ନବଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଅବ୍ୟବସ୍ଥା ନେଇ ଉତ୍ତେଜନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ନବଦୟ ବିଦ୍ୟାଳୟରେ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷା ଗତକାଲି ଅନୁଷ୍ଠିତ ହୋଇଯାଇଛି । ତେବେ ପରୀକ୍ଷା ପାଇଁ ସଠିକ ବ୍ୟବସ୍ଥାରେ ହୋଇ ନ ଥିବାର ଅଭିଯୋଗ କରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାର ଖବର ପାଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପରେ ଉତ୍ତେଜନା ପ୍ରଶମିତ ହେବା ସହ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବାପାଇଁ ଯାଇଥିଲେ । ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ.ବୃଷକେତୁ ଦାସ କହିଛନ୍ତି ଯେ, ସକାଳ ୧୧ଘଣ୍ଟାରେ ନିର୍ଦ୍ଧରିତ ସମୟରେ ପରୀକ୍ଷା ପାଇଁ ପ୍ରବେଶ ଅନୁମତି ଦିଆଯାଇଥିଲା । ଏଥିସହ ନିୟମ ମୁତାବକ ସଠିକ ଭାବେ ପରୀକ୍ଷା ପାଳନ ହୋଇଛି । ସେହିପରି କୋଭିଡ୍ ନିୟମ ମୁତାବକ ପାରଳାଖେମୁଣ୍ଡି ପୌରାଞ୍ଚଳ ଓ ଗୋଷାଣୀ ବ୍ଲକର ମୋଟ ୨୨୮ ପରୀକ୍ଷାର୍ଥୀମାନଙ୍କୁ ୧୯ଗୋଟି କକ୍ଷରେ ପରୀକ୍ଷା ଦେବା ପାଇଁ ଆୟୋଜନ କରାଯାଇଛି ।