ଗଜପତିରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ “କ୍ଲିନ୍ ଇଣ୍ଡିଆ, ଗ୍ରୀନ୍ ଇଣ୍ଡିଆ” କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କେନ୍ଦ୍ର ସରକାରଙ୍କ ଯୁବବ୍ୟାପାର ଓ କ୍ରୀଡାମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ବିସିରିଙ୍ଗି ଗ୍ରାମଠାରେ “କ୍ଲିନ୍ ଇଣ୍ଡିଆ, ଗ୍ରୀନ୍ ଇଣ୍ଡିଆ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିସିରିଙ୍ଗି ଗ୍ରାମର ଗାରାମ୍ମା ୟୁଥ୍ କ୍ଲବର ସଦସ୍ୟମାନେ ସଫେଇ କାର୍ଯ୍ୟ ସହ ୩୦ଟି ବୃକ୍ଷ ରୋପଣ କରିଥିଲେ । ମୋହନା ବ୍ଲକର ବି.ରାଇସିଂ ଗ୍ରାମଠାରେ ବାଜିରାଉତ ୟୁଥ୍ କ୍ଲବର ସଦସ୍ୟମାନେ ୧୦୦ଟି ଗଛ ଲଗାଇଥିଲେ । ଠିକ୍ ସେହିପରି ରାୟଗଡ ବ୍ଲକର ଦୁଇଗୋଟି ସ୍ଥାନରେ ଏପରି କାର୍ଯ୍ୟକ୍ରମ କରାଯାଇଛି । ଏଥିସହ ରାୟଗଡ ଗ୍ରାମର ମଝିସାହି ଠରେ ଥିବା ମାଝୀଷ୍ଟ୍ରିଟ ୟୁଥ୍ କ୍ଲବ ଦ୍ୱାରା ୨୬ଟି ବୃକ୍ଷରୋପଣ ଏବଂ ରାୟଗଡ ବ୍ଲକର ନୂଆସାହିଠାରେ ନେତାଜୀ ସୁବାଷ ଚନ୍ଦ୍ର ୟୁଥକ୍ଲବର ସଦସ୍ୟମାନେ ୫୦ଟି ବୃକ୍ଷ ରୋପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ