ଗଜପତିରେ ପାହାଡ ଧସିଲା
ପାରଳାଖେମୁଣ୍ଡି , (ତାରିଣୀ ପ୍ରସାଦ ପଣ୍ଡା ): ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଅନ୍ତର୍ଗତ ବଡକଳା କୋଟ ପଞ୍ଚାୟତ ର କୁଲଙ୍ଗ ଗ୍ରାମରେ ଗୁରୁବାର ପର୍ବତ ଧସେଇ ହୋଇ ୨୦ ଟି ଘରପୁରା ଭାଙ୍ଗି ଯାଇଥିବା ବେଳେ ୨୦ ରୁ ଅଧିକ ଘର ନଷ୍ଟ ହୋଇଯାଇଛି । ଲଗାଣ ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ସୃଷ୍ଟି ହୋଇ୧୫୦ ଉଦ୍ଧ୍ୱର୍ ଗାଇ, ଛେଳି ମୃତ୍ୟୁ ବରଣ କରବା ସହ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘଟଣା ସଂପର୍କରେ ବଡକଳାକୋଟ ସରପଞ୍ଚ ଅଗଷ୍ଟିସ ଗମାଙ୍ଗ ସୁଚନାପାଇବା ପରେ ବିଡିଓ ନଟବର ଗରଡ,ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ଗମାଙ୍ଗ,ଉପାଧ୍ୟକ୍ଷ ଗିତାଞ୍ଜଳୀ ରଇତ, ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ କୁମାର ଲିମା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ସେମାନଙ୍କୁ ନିକଟସ୍ଥ ଚର୍ଚ୍ଚରେ ଆଶ୍ରୟ ଦିଆଯାଇଛି ।