ଗଜପତିରେ ପୁଣି ଅପରେସନ ଗ୍ରୀନ କ୍ଲିନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଏସପି ଜତିନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦେଶକ୍ରମେ ଗଜପତି ଜିଲ୍ଲାରେ ଚୋରା ଗଞ୍ଜେଇ କାରବାର ଓ ଚୋରା ଗଞ୍ଜେଇ ଚାଷକୁ ସମ୍ପୂର୍ଣ ଭାବେ ନିର୍ମୁଳ କରିବା ପାଇଁ ଅପରେସନ ଗ୍ରୀନ କ୍ଲିନ କାର୍ଯ୍ୟକ୍ରମକୁ ସମଗ୍ର ଜିଲ୍ଲାରେ ଚାଲୁ ରଖା ଯାଇଛି. ଗତ କିଛି ଦିନ ମଧ୍ୟରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅପରେସନ ଗ୍ରୀନ କ୍ଲିନରେ ଚଢାଉ କରାଯାଇ ପ୍ରାୟ ୫୦ କୋଟିରୁ ଉର୍ଦ୍ଧ ଟଙ୍କାର ବେଆଇନ ଗଞ୍ଜେଇ ଗଛକୁ କାଟି ନିଆଁ ଲଗାଇ ପୋଡି ପାଉଁଶ କରି ଦିଆଯାଇଛି. ଏପରି ଭାବେ ଗଜପତି ଜିଲ୍ଲାର ଅବକାରୀ ବିଭାଗ ଓ ଆରା .ଉଦୟଗିରି ପୋଲିସ ମିଳିତ ଭାବେ ଚଢ଼ାଉ କରି କିରାମା ଅଞ୍ଚଳର ଏକ ଜଙ୍ଗଲ ମଧ୍ୟରେ ଚୋରା ଓ ବେଆଇନ ଭାବେ ଚାଷ କରାଯାଇଥିବା ୫୩ ଏକର ଜଙ୍ଗଲ ଜମିରୁ ଗଞ୍ଜେଇ ଗଛ ଗୁଡିକୁ କାଟି ନିଆଁ ଲଗାଇ ନଷ୍ଟ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୧୦ କୋଟି ହେବ ବୋଲି କୁହାଯାଇଛି। କିରାମ ବିମାନପୁର ପଳଙ୍ଗପଦର ଜଙ୍ଗଲ ଅଞ୍ଚଳରେ ଏହି ଗଞ୍ଜେଇ ଚାଷ ହୋଇଥିଲା. ଏହି ଚଢାଉରେ ଆର. ଉଦୟଗିରି ତହସିଲଦାର ମୋନାଲିସା ଆଚର୍ଯ୍ୟ ମାଜିଷ୍ଟ୍ରେଟ ଭାବେ ଯୋଗଦେଇ ଥିବାବେଳେ ପୋଲିସ, ଅବକାରୀ ଓ ରାଜସ୍ୱ ବିଭାଗର କର୍ମଚାରୀଙ୍କ ମିଳିତ ଉଦ୍ୟମରେ ୫୩ ଏକର ବିସ୍ତିର୍ଣ ଜଙ୍ଗଲ ଜମିରୁ ବେଆଇନ ଗଛକୁ ନଷ୍ଟ କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ