ଗଜପତିରେ ପୁଣି ଜନନୀ ଯନ୍ତ୍ରଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦୁର୍ଗମ ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ ଅନେକ ଗ୍ରାମ ଗୁଡିକରେ ନିତିଦିନିଆ ରାସ୍ତା ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ. ଆଉ କେତେକ ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣ ହୋଇଛି. ହେଲେ ବିଭାଗୀୟ କର୍ମଚାରୀଙ୍କ ଦୁର୍ନୀତି ଓ ଠିକାଦାର, କର୍ମଚାରୀଙ୍କମଧୁଚନ୍ଦ୍ରିକା ଓ ହରିଲୁଟ ଯୋଗୁଁ ରାସ୍ତା ନିର୍ମାଣର କିଛି ମାସ ପରେ ରାସ୍ତା ଗୁଡିକର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ ହୋଇପଡିଛି. ଯେଉଁ ରାସ୍ତା ଗୁଡିକରେ ପାଦଚଲାରେ ଯିବା ଆସିବା କଷ୍ଟ ସାଧ୍ୟ୍ୟ ହୋଇପଡିଛି. ଏହିପରି ଏକ ମରଣଯନ୍ତା ଦୁର୍ଗମ ଗ୍ରାମାଞ୍ଚଳ ରାସ୍ତାରେ ଆମ୍ବୁଲାନ୍ସ ଆସିନପାରିବା ଯୋଗୁଁ ୨ କିମି ଉର୍ଦ୍ଧ ରାସ୍ତା ଗର୍ଭବତୀଙ୍କୁ ବହୁ କଷ୍ଟରେ କନ୍ଧରେ ବୋହି ନିଆ ଯାଇଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୋହନା ବ୍ଲକ ମୋହ‌ନା ପଞ୍ଚାୟତର ହୁଏରି ଗ୍ରାମକୁ ଏନଆରଜିଏସରେ ରାସ୍ତା ନିର୍ମାଣ କରି ମୋହନା ବ୍ଲକର ପୂର୍ବତନ ବିଡ଼ିଓ ତପସପିନି ହଂସଦା ଉଦ୍‌ଘାଟନ କରିଥିଲେ । ଏଥିରେ ବ୍ଲକ ଅଧ୍ଯକ୍ଷ ରଞ୍ଜିବ ଶବର ବି ଯୋଗ ଯେ ଦେଇ ରାସ୍ତା ନିର୍ମାଣ କାର୍ଯ୍ୟ ଉଚ୍ଚମାନର ବୋଲି କହିଥିଲେ । । ତେବେ ଏହି ରାସ୍ତା ନିର୍ମାଣର କିଛି ମାସ ପରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତାଟି ଅତ୍ୟନ୍ତ କାଦର୍ଯ୍ୟ ଅବସ୍ଥାରେ ଖାଲ ଖମା ପୂର୍ଣ୍ଣ ହୋଇରହିଛି. ଯେଉଁ ରାସ୍ତାରେ କି ପାଦ ଚଲାରେ ବି ଯିବା ଆସିବା କଷ୍ଟକର ହୁଏ ବୋଲି ହୁଏରି ଗ୍ରାମର ଗ୍ରାମବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ପ୍ରକାଶ କରି କହିଛନ୍ତିଯେ ହୁଏରି ଗ୍ରାମର ଜଣେ ଗର୍ଭବତୀ ମହିଳା ପ୍ରସବ ଜନିତ ବେଦନାରେ ଛଟପଟ ହେଉଥିବା ଦେଖି ମୋହନା ଡାକ୍ତରଖାନାକୁ ଚିକିତ୍ସା କରିବା ଲାଗି ଆମ୍ବୁଲାନ୍ସକୁ ଡକା ଯାଇଥିଲା. ଆମ୍ବୁଲାନ୍ସଟି ହୁଏରି ଗ୍ରାମ ଠାରୁ ୨ କିମି ଦୂରରେ କାଦର୍ଯ୍ୟ ରାସ୍ତା ଯୋଗୁଁ ଆସିନପାରି ଅଟକି ରହିଥିଲା. ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଅତ୍ୟଧିକ ହେବାରୁ ଶେଷରେ ଆମ୍ବୁଲାନ୍ସ ଡ୍ରାଇଭର କୃଷ୍ଣଚନ୍ଦ୍ର ନାୟକ ଓ ଆମ୍ବୁଲାନ୍ସର କର୍ମଚାରୀ ଗ୍ରାମବାସୀଙ୍କ ସହାୟତାରେ ପ୍ରାୟ ଦୁଇ କି.ମି. ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିବା ପରେ ଗର୍ଭବତୀ ଶାନ୍ତିଙ୍କୁ ମୋହନା ମେଡ଼ିକାଲରେ ପହଞ୍ଚାଯାଇଥିଲା । ସେଠାରେ ଗର୍ଭବତୀ ବତୀ ଜଣଙ୍କ ଏକ ପୁତ୍ର ସନ୍ତାନ ଜନ୍ମଦେଇଛନ୍ତି. ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା କର୍ମଚାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଓ ବେପରୁଆ କାର୍ଯ୍ୟ ପାଇଁ ହୁଏରି ଗ୍ରାମର ରାସ୍ତାଟି ନିର୍ମାଣର କିଛି ଦିନ ପରେ ମରଣ ଯନ୍ତା ପାଲଟିଥିଲା. ଏନେଇ ଅଞ୍ଚଳବାସୀ ନାନାଦି ହଇରାଣ ହରକତ ହୋଇଆସୁଛନ୍ତି. ଏହି ଘଟଣା ନେଇ ବିହିତ ତଦନ୍ତ କରି ଏଥିପାଇଁ ଦାୟୀ ରହିଥିବା କର୍ମଚାରୀ ଓ ଠିକାଦାରଙ୍କ ବିରୋଧରେ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ