ଗଜପତିରେ ପୁଣି ବଢିଲା କରୋନା ସଂକ୍ରମଣ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି । ବର୍ତ୍ତମାନ ଦିନକୁ ଦିନ ଜିଲ୍ଲାରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୯୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୯୩ ଜଣକୁ ମିଶାଇ ସଂଖ୍ୟା ୨୨୧୧ରେ ପହଞ୍ଚିଛି । ଆଜିର ଏହି ୯୩ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳର ୩୯ଜଣ,ଗୋଷାଣୀ ବ୍ଲକର ୭ଜଣ,ମୋହନା ବ୍ଲକରୁ ୩ଜଣ,ଆର.ଉଦୟଗିରି ବ୍ଲକରୁ ୧୧ଜଣ,ଗୁମ୍ମା ବ୍ଲକରୁ ୯ଜଣ,କାଶୀନଗର ବ୍ଲକରୁ ୨୪ଜଣ ବୋଲି ଜଣାପଡିଛି । ଏଥି ମଧ୍ୟରୁ କରୋନା ଯୋଦ୍ଧା ଜଣେ,ସ୍ୱାସ୍ଥ୍ୟକର୍ମୀଙ୍କ ଯାଞ୍ଚ ବେଳେ ୫୯ଜଣ,ପୁର୍ବ ସଂକ୍ରମିତଙ୍କ ସଂସ୍ପର୍ଷରେ ୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଅନୁପମ ସାହା ସୁଚନା ଦେଇଛନ୍ତି । ଗଜପତି ଜିଲ୍ଲାପାଳ ଏହି ସମସ୍ତ ସୁଚନା ଦେବା ସହ ସମସ୍ତେ କରୋନା ପାଇଁ କୋଭିଡ୍-୧୯ ନିୟମ ସତର୍କତା ସହ ଅବଲମ୍ବନ କରି ସୁରକ୍ଷିତ ରହିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।