ଗଜପତିରେ ପୁଣି ବାଇକ ଦୁର୍ଘଟଣା, ୨ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଆଜି ପୁଣି ଏକ ବାଇକ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ, ଆଜି ସକାଳ ୧୧ଘଣ୍ଟା ସମୟରେ ବାଇକ ନମ୍ବର ଓଡି ୨୦ ୯୯୫୭ରେ ରାମଗିରି ନିକଟସ୍ଥ ତରାପଦା ଗ୍ରାମ ନିକଟରେ ଦୁଇଜଣ ବାଇକ ଆରୋହୀ ଯାଉଥିବା ବେଳେ ହଠାତ ବାଇକର ବ୍ରେକଫେଲ ହୋଇଥିଲା । ଏଥିରେ ଭାରସାମ୍ୟ ହରାଇ ବାଇକ ଚାଳକ ସାମନାରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣାରେ ଦୁଇଜଣ ବାଇକ ଆରୋହୀ ଦୁର୍ଘଟଣା ସ୍ଥଳରୁ ଛିଟିକି ପଡି ଗୁରୁତର ଭାବେ ଆହତ ହୋଇଛନ୍ତି । ସାଧାରଣଙ୍କ ସୂଚନା ପରେ ରାମଗିରି ଥାନା ଅଧିକାରୀ ବିକାଶ କୁମାର ସେଠୀ ଘଟଣା ସ୍ଥଳରେ ପହଞ୍ôଚ ଆହତ ଦୁଇଜଣଙ୍କୁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇ ଥିଲେ । ଆହତ ହୋଇଥିବା ଦୁଇଜଣ ହେଲେ ବ୍ରହ୍ମପୁରର ଲିଟୁ ନାୟକ ଓ ଗଜପତି ଜିଲ୍ଲା କେ.ସୀତାପୁର ଗ୍ରାମର ରାଧାକୃଷ୍ଣ ବାଜୁବନ୍ଧ ବୋଲି ପୋଲିସ ସୂଚନା ଦେଇଛନ୍ତି ।


