ଗଜପତିରେ ପୁଣି ୧୬.୪୦ କୋଟିର ଗଞ୍ଜେଇ ଗଛକୁ ପୋଡାଗଲା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲାପାଳ ଅନୁପମ ସାହା,ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ,ଅବକାରୀ,ବନ ଓ ରାଜସ୍ୱ ବିଭାଗର ମିଳିତ ଚଢାଉରେ ଗତକାଲି ପୁଣି ଏହି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରୁ ୧୬କୋଟି ୪୦ଲକ୍ଷ ୭୬ହଜାର ଟଙ୍କାର ଗଞ୍ଜେଇ ଗଛକୁ ପୋଡା ଯାଇଛି । ଘଟଣାରୁ ପ୍ରକାଶ,ଏକ ସୁଚନାକୁ ଭିତ୍ତି କରି ନୁଆଗଡ ତହସିଲଦାର ପ୍ରଫୁଲ କୁମାର କୁଜୁରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆର.ଉଦୟଗିରି ଥାନାଧିକାରୀ ମମତା ନାୟକଙ୍କ ନେତୃତ୍ୱରେ ପୋଲିସ, ଅବକାରୀ,ବନ ଓ ରାଜସ୍ୱ ବିଭାଗ କର୍ମଚାରୀମାନେ ଚଢାଉକରି ନୁଆଗଡ ବ୍ଲକ ଅନୁଗୁର ପଞ୍ଚାୟତର ତଣ୍ଡରଙ୍ଗ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୮୨.୦୩୮ ଏକର ଜମିରେ ବେଆଇନ ଭାବେ ଲଗାଯାଇଥିବା ୧ଲକ୍ଷ ୬୪ହଜାର ୭୬ଟି ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିଲା । ଯାହାର ଆନୁମାନିକ ବଜାର ମୁଲ୍ୟ ୧୬କୋଟି ୪୦ଲକ୍ଷ ୭୬ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏ ନେଇ ଆର.ଉଦୟଗିରି ଥାନା କେସ ନଂ ୧୧୪/୨୦୨୦ ଏନଡିପିଏସ ଆକ୍ଟର ଧାରା ୨୦(କ)(I)ରେ ମାମଲା ରୁଜୁ ହୋଇଛି ।