ଗଜପତିରେ ପୁଣି ୪ ଟିକିଆ ହାତୀପଲ ଆତଙ୍କ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : -ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅଞ୍ଚଳରେ ପୁଣି ୪ ଟିକିଆ ହାତୀପଲ ଆତଙ୍କ ଦେଖାଦେଇଛି । ଏହି ହାତୀପଲ ଯୋଗୁଁ କେତେକ ଅଞ୍ଚଳରେ ବିଭିନ୍ନ ଫସଲ ମଧ୍ୟ ହୋଇଛି । କାଶୀନଗର ବ୍ଲକର ବୁଦରା ପଞ୍ଚାୟତ ଅନ୍ତର୍ଗତ ଇଦୁଡି ଗ୍ରାମରେ ଏହି ୪ଟିକିଆ ହାତୀପଲ ଦ୍ୱାରା କଦଳୀ ଚାଷ, ଆଖୁ ଚାଷ ଓ ପନିପରିବା ଚାଷ ନଷ୍ଟ ହୋଇଛି । ଏହି ହାତୀ ପଲ କାଶୀନଗର ଠାରେ ଥିବା ବଂଶଧାରା ନଦୀର ଅପରପାଶ୍ୱର୍ର ଅଭିଲାମା ଗ୍ରାମର ଆମ୍ବ ତୋଟାରେ ଆମ୍ବଗଛର ଡାଳକୁ ଭାଙ୍ଗି ଖାଉଥିବା ବେଳେ ସେଠାରେ ଆଶ୍ରୟ ନେଇଛନ୍ତି । ସନ୍ଧ୍ୟା ସମୟରେ ବଂଶଧାରା ନଦୀକୁ ପାଣି ପିଇବା ପାଇଁ ଆସିବା ସହ ନକଟରେଥିବା ବିଭିନ୍ନ ଫସଲକୁ ରାତ୍ର ସମୟରେ ଖାଇଯାଇଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ତୁରନ୍ତ ଏ ନେି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ