ଗଜପତିରେ ପୁଣି ୭୪ହଜାର ଗଞ୍ଜେଇ ଗଛକୁ ପୋଡାଗଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲାରେ ପୁଣି ୭କୋଟି ୪୦ଲକ୍ଷ ଟଙ୍କାର ୭୪ ହଜାର ଗଞ୍ଜେଇ ଗଛକୁ ପୋଡୋଗଲା । ଏହି ଜିଲ୍ଲାର ଆର.ଉଦୟଗିରି ଥାନା ଅନ୍ତର୍ଗତ ଶବରପଲ୍ଲୀ ପଞ୍ଚାୟତର କେନ୍ଦୁସାହି ଅଞ୍ଚଳରେ ୩୭ ଏକର ଜମିରେ ଚାଷ ହୋଇଥିବା ୭୪ହଜାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିବା ଜଣାପଡିଛି । ଏହି ଗଞ୍ଜେଇ ଗଛ ଗୁଡିକର ମୂଲ୍ୟ ପ୍ରାୟ ୭କୋଟି ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୁଚନା ମିଳିଛି । ପୋଲିସ, ଅବକାରୀ ଏକ ମିଳିତ ଚଢାଉରେ ଏହି ଚୋରା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ଗଜପତି ଜିଲାପାଳ ଅନୁପମ ସାହା ଓ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏବଂ ଅବକାରୀ ଅଧିକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ କ୍ରମେ ଏହି ମିଳିତ ଚଢାଉ ହୋଇଥିଲା । ଏ ନେଇ ଆର.ଉଦୟଗିରି ଥାନାରେ କେସ ନଂ ୧୪୦/୧୯ ରେ ମକଦ୍ଦମା ରୁଜୁ କରାଯାଇଥିବା ଏସଡିପିଓ ଅଶୋକ କୁମାର ମହାନ୍ତି,ଆଇଆଇସି ମମତା ନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ