ଗଜପତିରେ ପୁଣି ୭ କରୋନା ପଜିଟିଭ୍‌, ମୋଟ ୭୯ ରୋଗୀ ଚିହ୍ନଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ପୁଣି ୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ଆଜି ୭୯ରେ ପହଞ୍ଚିଛି । ଏହି ୭ ଜଣଙ୍କୁ ଆଜି ଆର.ସୀତାପୁର ଠାରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଏ ନେଇ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି, ଆଜି ପୁଣି ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହି ୭ଜଣଙ୍କୁ ମିଶାଇ ବର୍ତ୍ତମାନ ଗଜପତିରେ ୭୯ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୩୩ ଜଣ ଗଜପତି ଜିଲ୍ଲାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ଏଠାରେ ୪୬ଜଣ ରହିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ସମ୍ପୁଣ୍ଣ ଭାବେ ଏ ନେଇ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ନୁତନ ଭାବେ ଯେଉଁ ୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନେ ହେଲେ ଗୁଜୁରାଟରୁ ଜଣେ, ଆନ୍ଧ୍ର ପ୍ରଦେଶର ଜଣେ, ତାମିଲନାଡୁର ୫ଜଣ । ଏମାନଙ୍କ ମଧ୍ୟରୁ ଜଣେ ମହିଳା ହୋଇଥିବାବେଳେ ଅବଶିଷ୍ଟ ପୁରୁଷ ଅଟନ୍ତି । ମହିଳାଙ୍କ ବୟସ ୨୩ ହୋଇଥିବାବେଳେ ପୁରୁଷ ମାନଙ୍କ ବୟସ ୨୩ରୁ ୫୩ ମଧ୍ୟରେ ବୋଲି ଜଣାପଡିଛି । ଏମାନେ ସମସ୍ତେ ବାହାର ରାଜ୍ୟରୁ ଆସି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଥିବାବେଳେ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ସେଗୁଡିକ ପରୀକ୍ଷଣ ପରେ ପଜିଟିଭ୍ ବାହାରିଥିଲା । ଏମାନଙ୍କ ମଧ୍ୟରୁ ୬ ଜଣ ଗୋଷାଣୀ ଅଞ୍ଚଳ ହୋଇଥିବାବେଳେ ଜଣେ କାଶୀନଗର ବ୍ଲକର ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ