ଗଜପତିରେ ପୋଲିସ ଡିଜିପି ପୋଲିସ ସେବା ସାଧାରଣ ଠାରେ ପହଞ୍ଚାଇବା ନେଇ ଗୁରୁତ୍ୱାରୋପ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାକୁ ପୋଲିସ ଡିଜିପି ଅଭୟ କୁମାର ପହଞ୍ଚି ଏଠାରେ ପୋଲିସର କାର୍ଯ୍ୟକଳାପକୁ ଅନୁଧ୍ୟାନ କରିବା ସହ ପୋଲିସ ସେବା ସାଧାରଣଙ୍କ ଠାରେ ପହଞ୍ଚେଇବା ନେଇ ଗୁରୁତ୍ୱାରୋପ କରିଥିଲେ । ପରେ ଏନେଇ ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ବିଶେଷ ଭାବେ ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ଯୋଗୁଁ ସେ ଏ ବିଷୟରେ ଚିନ୍ତା ପ୍ରକଟ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ଅଡବା, ମୋହନା ଓ ଆର.ଉଦୟଗିରି ଥାନାରେ ଚୋରା ଗଞ୍ଜେଇ ଚାଲାଣ ନେଇ ମାମଲା ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକ ଲଗାଇବା ପାଇଁ ଜିଲ୍ଲାର ପୋଲିସ ଅଧିକାରୀମାନେ ପୋଲିସ ବ୍ୟବସ୍ଥାକୁ ଦ୍ୱିଗୁଣିତ କରି ପୁର୍ଣ୍ଣ ସକ୍ରୀୟ ଓ ସଜାଗ ରହିବା ପାଇଁ ଆହ୍ୱାନ ଦେଇଥିଲେ । ତାଙ୍କ ଗ୍ରସ୍ତ ସମୟରେ ଦକ୍ଷିଣାଞ୍ଚଳ ଡିଆଜି ସତ୍ୟବ୍ରତ ଭୋଇ, ଗଜପତି ଏସପି ଜୟରାମ ଶତପଥୀଙ୍କ ସମେତ ଜିଲ୍ଲାର ସମସ୍ତ ଏସଡିପିଓ ଓ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ