ଗଜପତିରେ ବନ ବିଭାଗର କାମ ପୋଲିସ କରୁଛି ପୋଲିସ ଦ୍ୱାରା ୩୬ଗୋଟି ଟିକ୍‌ଗଣ୍ଡି ଜବତ, ୨ ଅଟକ

ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ଗଜପତି ଜିଲ୍ଲାର କାଶୀନଗର ଅଞ୍ଚଳରେ ବନ ବିଭାଗର କାମ ପୋଲିସ ପୁରଣ କରୁଥିବା ଲକ୍ଷ କରାଯାଇଛି । ସୁଚନା ଯୋଗ୍ୟ, ପୋଲିସ ଶନିବାର ରାତ୍ର ପେଟ୍ରୋଲିଂ କରୁଥିବା ବେଳେ, ରାଜ୍ୟରାଜପଥରେ ଥିବା କଣ୍ଡୁରୁ ଗ୍ରାମ ଛକ ନିକଟରେ ଏକ ବୋଲେର ମେକ୍ସ ପିକଅପ ଭ୍ୟାନ (ଏପି ୨୮ ୱାଇ ୦୯୩୬) ଦୃତ ଗତିରେ ଯାଉଥିବା ବେଳେ ସନ୍ଦେହ କରି ଅଟକାଇଥିଲେ । ଏହାକୁ ଯାଞ୍ଚ କରିବାରେ ସେଥିରେ ୩୬ଗୋଟି ଟିକ୍ କାଠଗଣ୍ଡି ଦେଖିବାକୁ ପାଇଥିଲେ । ପୋଲିସ ପକ୍ଷରୁ ଆବଶ୍ୟକୀୟ କାଗଜ ପତ୍ର ମଗାଯାଇଥିଲେ ମଧ୍ୟ ଗାଡି ଚାଳକ ଉପସ୍ଥାପନ କରିନଥିଲେ । ଏହାପରେ ଗାଡି ସହ କାଠଗଣ୍ଡି ଗୁଡିକୁ ପୋଲିସ ଜବତ କରିଥିଲେ । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ପ୍ରାୟ ୧ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ସମ୍ପୃକ୍ତ ଭ୍ୟାନ ଡ୍ରାଇଭର ମହାଦେଇପୁର ଗ୍ରାମର ଇ.ରାମାରାଓ ଓ କାଶୀନଗର ସହରର ଏମ. ନାରାସାୟା ନାମକ ଦୁଇଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଗାଡିକୁ ଜବତ କରାଯାଇ ବନବିଭାଗକୁ ହସ୍ତାନ୍ତର କରାଯାଇଥିବାର କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ