ଗଜପତିରେ ବରିଷ୍ଠ କଳାକାର ସଂଘ ଗଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଆନ୍ଧ୍ର ସୀମାନ୍ତ ଗଜପତି ଜିଲ୍ଲରେ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ସହ ଏହାର ଉନ୍ନତି ପାଇଁ ଜିଲ୍ଲା ବରିଷ୍ଠ କଳାକାର ସଂଘ ଗଠନ ହୋଇଛି । ଆଜି ସ୍ଥାନୀୟ ବଡମଠ ପରିସରରେ ଗଜପତିରୁ ଶତାଧିକ ବରିଷ୍ଠ କଳାକାର ଯୋଗ ଦେଇଥିଲେ । ଜିଲ୍ଲା ସଭାପତି ଭାବେ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ସଭାପତି ଭାବେ ବଟକୃଷ୍ଣ ପାତ୍ର, ସଂପାଦକ ଭାବେ ମନୋଜ ପାଢୀ, ଉପ ସଭାପତି ଭାବେ ଭରତ ଭୁଷଣ ମହାନ୍ତି ଓ ନୃସିଂହା ନନ୍ଦ ପାଣିଗ୍ରାହୀ,ଯୁଗ୍ମ ସମ୍ପାଦକ ଭାବେ ଆଦର୍ଶ ଦାସ ଓ ଏମ.ପୃଥ୍ୱର୍ୀରାଜ,କୋଷାଧ୍ୟକ୍ଷଭାବେ ସୁଭ୍ରାଂଶୁ ପଟ୍ଟନାୟକ ପ୍ରମୁଖ ମନୋନୀତ ହୋଇଛନ୍ତି । ଏକଦା ଗଜପତି ଜିଲ୍ଲାର ସଂଗୀତ, ନାଟକ, ଲୋକକଳା, ଲୋକନୃତ୍ୟ ଆଦି ବହୁ ଉଚ୍ଚକୋଟିର ଥିଲା । ରାଜ୍ୟ ଓ ରାଜ୍ୟ ବାହାରେ ବହୁ ପ୍ରତିଭା ଏ ଗୌରବ ଅର୍ଜନ କରି ପାରଳା ମାଟି ବହୁ କଳାକାରଙ୍କୁ ପ୍ରତିଷ୍ଠା କରିପାରିଥିଲା । ବର୍ତ୍ତମାନ ସେହି କଳା ସଂସ୍କୃତିକୁ ପୁଣି ବଞ୍ଚାଇ ରଖିବା ସହ ଏହାର ଉନ୍ନତି ପାଇଁ ଏହି ସଂଘ ଗଠନ କରାଯାଇଥିବା କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ