ଗଜପତିରେ ବରିଷ୍ଠ ନାଗରିକଙ୍କୁ କୋଭିଡ ପ୍ରତିଷେଧକ ଟୀକାକରଣ ଆରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେ ଆଜି ଠାରୁ ବରିଷ୍ଠ ନାଗରିକଙ୍କୁ କୋଭିଡ୍ ପ୍ରତିଷେଧକ ଟୀକାକରଣ ଆରମ୍ଭ ହୋଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଏହାକୁ ଆଜି ଶୁଭାରମ୍ଭ କରି କହିଛନ୍ତି ସମସ୍ତ ବରିଷ୍ଠ ନାଗରିକଙ୍କୁ ସରକାରଙ୍କ ତରଫରୁ ମାଗଣାରେ କୋଭିଡ ଟୀକାକରଣ ଆଜି ଠାରୁ ଆରମ୍ଭ ହୋଇଛି । ଏହି ଟୀକାକରଣରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ନାହିଁ । ତେଣୁ ପ୍ରତ୍ୟେକ ବରିଷ୍ଠ ନାଗରିକ ଆଗଭର ହୋଇ ଏହି ଟୀକାକରଣରେ ସାମିଲ ହୁଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ଏନେଇ କହିଛନ୍ତି ଆଜି ପ୍ରଥମ ଦିନରେ ୨୦୦ ଜଣ ବରିଷ୍ଠ ନାଗରିକଙ୍କୁ ଟୀକାକରଣ କରାଯିବା ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଟୀକାକରଣ କାର୍ଯ୍ୟକ୍ରମ ଶନିବାର ଓ ରବିବାର ବ୍ୟତୀତ ଚାଲୁ ରହିବ । ପ୍ରତ୍ୟେକ ବରିଷ୍ଠ ନାଗରିକ ନିଜର ଆଧାର କାର୍ଡ ସହ ଏଠାରେ ଉପସ୍ଥିତ ରହି ଟୀକା ଗ୍ରହଣ କରିବେ ବୋଲି ସେ ନିବେଦନ କରିଛନ୍ତି ।


