ଗଜପତିରେ ବର୍ଷାଭାବ, ଧାନ ଫସଲ ପୋଡ଼ିଗଲା କ୍ଷେତରେ ଗୋରୁ ଛାଡ଼ିଦେଲେ ଚାଷୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ୍ ପିଣ୍ଡିକି ପଂଚାୟତର କୁମ୍ଭୀମେରା ଗାଁରେ ସମସ୍ତ ପରିବାର ଧାନଚାଷ କରିଥିଲେ। ହେଲେ, ବର୍ଷା ଅଭାବ ଯୋଗୁଁ ଧାନ ଫସଲ ପୋଡ଼ିଗଲା । ଲୋକେ ଶେଷରେ ବାଧ୍ୟ ହୋଇ ଧାନକ୍ଷେତରେ ଗୋରୁଙ୍କୁ ଛାଡି ଦେଇଥିବା ଅତ୍ୟନ୍ତ ଦୁଃଖରେ ପ୍ରକାଶ କରିଛନ୍ତି । ପ୍ରତିବର୍ଷ ଧାନ ଫସଲ କରି ପରିବାର ଚଳାଉଥିଲେ। ହେଲେ ଚଳିତ ବର୍ଷ ବର୍ଷାଭାବ ଯୋଗୁଁ ଧାନ ଫସଲ ସମ୍ପୂର୍ଣ ନଷ୍ଟ ହୋଇଯାଇଛି. ତେଣୁ ଚିନ୍ତାରେ ପଡ଼ିଛନ୍ତି କୁମ୍ଭୀମେରା ଗାଁର ଚାଷୀ । ଗ୍ରାମର ସମସ୍ତେ ଅତି ଗରିବ ଶ୍ରେଣୀର। ସାହୁକାର ଠାରୁ ଋଣ ଆଣି କ୍ଷେତରେ ସାର ପକାଇ ବହୁ କଷ୍ଟରେ ଧାନ ଫସଲ କରିଥିଲେ. ହେଲେ ବର୍ଷାଭାବ ଯୋଗୁଁ ଏବେ ଫସଲ ନଷ୍ଟ ହୋଇଗଲା । ସାହୁକାର ଋଣ ପରିଶୋଧ କିପରି କରିବେ ଓ ଚଳିତବର୍ଷ କ’ଣ ଖାଇ ବଞ୍ଚିବେ ସେଥିପାଇଁ ଚିନ୍ତାରେ ଅଛନ୍ତି। ଏଣୁ ସରକାର କିଛି ସାହାଯ୍ୟ କରିବାକୁ ସମସ୍ତ ଚାଷ ଚାଷୀ ନିବେଦନ କରିଛନ୍ତି | ନଚେତ କୁଲି ମଜୁରି ଜୁରି କରି ଚଳିବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ କହିଛନ୍ତି.