ଗଜପତିରେ ବିନା ନୋଟିସରେ ବ୍ୟାଙ୍କ ବନ୍ଦ, ସାଧାରଣରେ ପ୍ରବଳ ଅସନ୍ତୋଷ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗ୍ରାମ ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ବିନା ବିନା ନୋଟିସରେ ଗତକାଲି ଶୁକ୍ରବାର ଦିନ ବ୍ୟାଙ୍କ ବନ୍ଦ କରାଯାଇଥିଲା । ଗ୍ରାହକମାନେ ବ୍ୟାଙ୍କକୁ ଯାଇଥିଲେ ମଧ୍ୟ ସେଠାରେ ତାଲା ଝୁଲୁଥିଲା । କୌଣସି ସରକାରୀ ଛୁଟି ବା କୌଣସି ନୋଟିସ ନଥାଇ କର୍ମଚାରୀମାନେ ବ୍ୟାଙ୍କରେ କିପରି ତାଲା ପକାଇ ବନ୍ଦ ରଖିଛନ୍ତି, ଏନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଘଟଣା ନେଇ ଆର୍‌ଏମ୍ ବିକ୍ରମ କୁମାର ମନ୍ଦାତା କହିଛନ୍ତି ଯେ, ଖଜୁରୀପଦା ଏସ୍‌ବିଆଇ ପରିଚାଳକଙ୍କ ଅସୁସ୍ଥତା ଯୋଗୁଁ ସେ ଛୁଟିରେ ରହିଛନ୍ତି । ଏହା ପରେ ନିକଟରେ ଥିବା ଆର୍‌.ଉଦୟଗିରି ଏସ୍‌ବିଆଇ ଶାଖାର କର୍ମଚାରୀଙ୍କୁ ବ୍ୟାଙ୍କ ଖୋଲି କାରବାର ନିମନ୍ତେ ନିର୍ଦ୍ଦେଶ ହୋଇଛି । ହେଲେ ମଧ୍ୟାହ୍ନ ସୁଦ୍ଧା କୌଣସି ବ୍ୟାଙ୍କ କର୍ମଚାରୀ ଆସି ନଥିଲେ । ବ୍ୟାଙ୍କକୁ ଆସିଥିବା ଗ୍ରାହକ, ଏସ୍‌ଏଚ୍‌ଜିର ମହିଳା ଦଳର ସଦସ୍ୟା, ବିଭିନ୍ନ ପଞ୍ଚାୟତ ବା ଗ୍ରାମରୁ ଆସିଥିବା ଗ୍ରାହକ, ଶ୍ରମିକ, ସରକାରୀ କର୍ମଚାରୀ, ଠିକାଦାର, ଗର୍ଭବତୀ ମହିଳା ମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷାକରି ବ୍ୟାଙ୍କର କୌଣସି ସେବା ନପାଇ ଶେଷରେ ନିରାଶ ହୋଇ ନିଜ ନିଜର ଘରକୁ ଫେରିଯାଇଥିଲେ । କାର୍ଯ୍ୟ ଦିବସ ମାନଙ୍କରେ ବ୍ୟାଙ୍କ ଏପରି ବନ୍ଦ ରହିବା ନେଇ ସାଧରଣରେ ଉଦ୍‌ବେଗ ପ୍ରକାଶ ହେବା ସହ ଏଥି ପାଇଁ ଯେଉଁ ବ୍ୟାଙ୍କ କର୍ମଚାରୀ ଦାୟୀ ତାଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ କିମ୍ବା ଆଗାମୀ ଦିନରେ ଏଭଳି ଉଦ୍ଦେଶ୍ୟ ମୂଳକ ଭାବେ ବ୍ୟାଙ୍କ ସେବାରୁ ସାଧାରଣଙ୍କୁ ବଞ୍ôଚତ କରାଗଲେ ଆନ୍ଦୋଳନ କରିବାପାଇଁ ବାଧ୍ୟ ହେବୁ ବୋଲି ଅଞ୍ଚଳବାସୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ