ଗଜପତିରେ ବିପର୍ଯୟ ପରିଚାଳନା କମିଟି ପକ୍ଷରୁ ଜିଲ୍ଲାସ୍ତରୀୟ ମକ୍ଡ୍ରିଲ୍
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାସ୍ତରୀୟ ମକ୍ଡ୍ରିଲ୍ କାର୍ଯ୍ୟକ୍ରମ ଜିଲ୍ଲା ବିପର୍ଯୟ କମିଟି ପକ୍ଷରୁ ଆଜି ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଆନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପଳ ଜ୍ଞାନରଞ୍ଜନ ଭଞ୍ଜଦେଓ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସହ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଏହି ମକ୍ଡ୍ରିଲ୍ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନେ ଉପସ୍ଥିତ ଥିଲେ । ବୈଠକ ପରେ ବନ୍ୟା, ବାତ୍ୟା ଓ ବିଭିନ୍ନ ପ୍ରାକୃତିକ ବିପର୍ଯୟ ସମୟରେ ଲୋକଙ୍କୁ କିପରି ସାହାର୍ଯ୍ୟ କରାଯାଇ ଧନଜୀବନ ରକ୍ଷା କରାଯାଇ ପାରିବ ତା ଉପରେ ବିଭିନ୍ନ କୌଶଳ ମକ୍ଡ୍ରିଲ୍ ମାଧ୍ୟମରେ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ଥାନୀୟ ଆନ୍ଧ୍ରବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ପରିସରରେ ପ୍ରଦର୍ଶନ କରାଯାଇଥିଲା ।