ଗଜପତିରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଜନଜାଗରଣ ସଭା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ପାରଳାଖେମୁଣ୍ଡି ନଗରରେ ଜନ ଜାଗରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାରେ ଗୋ ହତ୍ୟ ଓ ଗୋ ଚାଲାଣ ରୋକିବା,ଧର୍ମାନ୍ତରୀକରଣ ବନ୍ଦ କରିବା,ବେ ଆଇନ ଅନୁପ୍ରବାଶକାରୀଙ୍କୁ ଚିହ୍ନଟ କରିବା, ଲଭ୍ ଜିହାଦ ଓ ଭୁମି ଜିହାଦ ବନ୍ଦ କରିବା ଏବଂ ବାଙ୍ଗଲାଦେଶରେ ହିନ୍ଦୁଙ୍କ ଉପରେ ହେଉତିବା ଆକ୍ରମଣ,ହତ୍ୟା ଓ ଅତ୍ୟାଚାର ରୋକିବା ଆଦି ପ୍ରସଙ୍ଗକୁ ନେଇ ଆଜି ଜିଲ୍ଲାପାଳଙ୍କୁ ରଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ଥିବା ବିରାଟ ବାଇକ୍ ର‌୍ୟାାଲି ଓ ଶୋଭାଯାତ୍ରାରେ ଜିଲ୍ଲାର ଶହ ଶହ କାର୍ଯ୍ୟ କର୍ତ୍ତା,ସାଧୁସନ୍ଥ ଓ ପୁରୁଷ ମହିଳା ଯୋଗଦେଇ ଗୌରିକ ଧ୍ୱଜ ଧରି ପ୍ରତିବାଦ ଧ୍ୱନୀ ଦେଇ ନଗର ପରିକ୍ରମା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନନୀୟ ଶ୍ରୀ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର,ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତା ଆନନ୍ଦଜୀ ପାଣ୍ଡେ,ଅରୁଣ କୁମାର ପଣ୍ଡା,ତରଣୀ ସେନ ଦାସ,ଅମ୍ବିକା ପ୍ରସାଦ ଦାସ,ଗୌତମ ମହାରାଣା,ରମାକାନ୍ତ ରଥ,ନରେନ୍ଦ୍ର ଜାନି,ମୁନିନ୍ଦ୍ର କୁମାର ଶବର,କୌଳାଶ ଚନ୍ଦ୍ର ଗୌଡ,ଆଶାଲତା ପାଣିଗ୍ରାହୀ,କୈଳାସ ଚନ୍ଦ୍ର ପଟ୍ଟନାୟକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପୁଜ୍ୟ ଶ୍ରୀ ରାମାନନ୍ଦ ଦାସ ଜୀ,ପୁଜ୍ୟ ଶ୍ରୀ ନିଗମାନନ୍ଦ ଜୀ,ଗୌରାଙ୍ଗ ପାଣିଗ୍ରାହୀ,ସ୍ଥାନୀୟ ବିଧାୟକ କେ.ନାରାୟଣ ରାଓ.ଅନାଦି ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ