ଗଜପତିରେ ବିଶ୍ୱ ଘରଚଟିଆ ଦିବସ ପାଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ପାଟିକୋଟା ଗ୍ରାମ ଠାରେ ଆଜି ଆଞ୍ଚଳିକ ବିକାଶ ପରିଷଦ-ଗଂଜାମ ଓ ବ୍ରହ୍ମପୁର ସବୁଜ ବାହିନୀର ମିଳିତରେ ପାରଳାଖେମୁଣ୍ଡି ବନଖଣ୍ଡ ବିଭାଗ ସହଯୋଗରେ “ବିଶ୍ୱ ଘରଚଟିଆ ଦିବସ” ପାଳନ ଓ ଘରଚଟିଆ ମାନଙ୍କ ନିମନ୍ତେ ଗ୍ରାମବାସୀଙ୍କୁ କୁତ୍ରିମ ଘର ଓ ଖାଦ୍ୟସ୍ଥଳୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଞ୍ଚଳିକ ବିକାଶ ପରିଷଦର ସାଗର କୁମାର ପାତ୍ରଙ୍କ ସଭାପତିତ୍ୱର ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ଯେଉଁ ସ୍ଥାନ ମାନଙ୍କରେ ଘରଚଟିଆ ମାନେ ରହୁଥିଲେ ସେମାନଙ୍କୁ ପୂର୍ବ ଭଳି ସେମାନଙ୍କ ବାସସ୍ଥାନକୁ ଫେରାଇ ଆଣିବା, ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ କରି ଏ ଦିଗରେ ଲୋକଙ୍କୁ ସଚେତନ କରାଇବା ପ୍ରତି ନିଶ୍ଚିତ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଦିନକୁ ଦିନ କୋଠାଘର ଓ ମୋବାଇଲ ଟାୱାର ଗଢି ଉଠୁଥିବା ଯୋଗୁଁ ଏବଂ ଚାଳଛପର ଘର ଲୋପ ପାଇଯିବା ଯୋଗୁଁ ଘରଚଟିଆ ଓ ଅନ୍ୟାନ୍ୟ ସ୍ଥାନୀୟ ପକ୍ଷୀ ଆମ ସମାଜ ଠାରୁ ଦୂରେଇ ଯିବା ସହ ପ୍ରାୟତଃ ଲୋପ ପାଇଗଲାଣି । ପିଲା ଦିନରେ ଆମେ ଯେଉଁ ପରିମାଣରେ ଘରଚଟିଆ ଦେଖୁଥିଲେ ତାହା ଆଉ ଦେଖିବାକୁ ମିଳୁନି । ଯଦି ଆମ ଅଞ୍ଚଳରେ ଘରଚଟିଆ ସହ ସ୍ଥାନୀୟ ପକ୍ଷୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ଅଧିକ ଯତ୍ନବାନ ହେବାରେ ବିଶେଷ ସହାୟକ ହେବା । ଘରଚଟିିଆ ଓ ସ୍ଥାନୀୟ ପକ୍ଷୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ହେଲେ ଏମାନେ ଆମ ପ୍ରକୃତି ଓ ପରିବେଶକୁ ସୁରକ୍ଷା ଦେବା ସହ ଆମ ଫସଲରେ କୀଟପତଙ୍ଗ ଲାଗି ଯେଉଁ ନଷ୍ଟ ହୋଇଯାଉଛି ତାକୁ ପକ୍ଷୀମାନେ ଖାଇଯିବେ ଏବଂ ଆମ ଫସଲ ଭଲ ହେବା ସହ ଏ ଗିଦରେ ଚାଷୀ ବେଶ ଉପକୃତ ହେବେ । ଏତଦବ୍ୟତୀତ ଆମ ଜଙ୍ଗଲରେ ଯେଉଁ ନିଆ ଲଗାଯାଉଛି ଏହା ଦ୍ୱାରା କେବଳ ଗଛ ନଷ୍ଟ ହେଉନି ଏହାଦ୍ୱାରା ଜଙ୍ଗଲରେ ଥିବା ବନ୍ୟଜନ୍ତୁ ମୃତ୍ୟୁ ହେବା ସହ ଆମ ପ୍ରକୃତି ଓ ପରିବେଶ ଉପରେ ଅତ୍ୟନ୍ତ କୁପ୍ରଭାବ ପଡୁଛି । ତେଣୁ ଜଙ୍ଗଲର ମଧ୍ୟ ସୁରକ୍ଷା ଓ ସଂରକ୍ଷଣ କରାଯିବା ଉପରେ ଉପସ୍ଥିତ ଗ୍ରାମବାସୀଙ୍କୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉପଲଡା ଫରେଷ୍ଟର ଅମୃତ କୁମାର ଜେନା, ଫରେଷ୍ଟ ଗାର୍ଡ ସନ୍ତୋଷ ପରିଚ୍ଛା, ବାବୁଲା ପଟ୍ଟନାୟକ, ଆଞ୍ଚଳିକ ବିକାଶ ପରିଷଦର ସମ୍ପାଦକ ବିଜେନ୍ଦ୍ରମାଝୀ, ରାକେଶ କୁମାର ବିଶୋଇ, ସୁଜିତ କୁମାର ଗୌଡ ଏବଂ ସବୁଜ ବାହିନୀର ଏମ୍‌. ଦିଲ୍ଲୀପ କୁମାର ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ