ଗଜପତିରେ ବିଶ୍ୱ ଫାର୍ମାସୀ ଦିବସ ପାଳିତ
ପାରହଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଓଡିଶା ଫାର୍ମାସିଷ୍ଟ ସଂଘ ତରଫରୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ବିଶ୍ୱ ଫାର୍ମାସୀ ଦିବସ ବହୁ ଆଡମ୍ବର ସହକାରେ ପାଳନ କରାଯାଇଛି । ଉକ୍ତ ଅବସରରେ ଗଜପତି ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡାକ୍ତର ପି.କେ.ପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଡିଏମ୍ଓ ଡାକ୍ତର ପ୍ରମୋଦ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଫାର୍ମାସୀ ସଂଘର ଶଭାପତି ସୁଧିର ମହାପାତ୍ର ଓ ସମ୍ପାଦକ ଗଣେଶ ପ୍ରସାଦ ମହାନ୍ତିଙ୍କ ଦ୍ୱାରା ଉକ୍ତ ଦିବସର କର୍ଯର୍୍ୟକ୍ରମ ଆୟୋଜନ କରାଯାଇଥିଲା । ଜିଲ୍ଲାର ଦୁଇଜଣ ଫାର୍ମାସିଷ୍ଟ ଇ. ପ୍ରସାଦ ରାଓ ଓ ଏସ୍.କୋଟେଶ୍ୱର ରାଓ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଉ ଦୁଇ ଜଣଙ୍କୁ କୋଭିଡ୍ ଯୋଦ୍ଧା ଭାବେ ମଧ୍ୟ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ କେଭି ସରସ୍ୱତି ଓ ଏସ୍ ସୁବୁଦ୍ଧି । ଏହି କାର୍ଯ୍ୟକ୍ରମରେ ସମସ୍ତ ଫାର୍ମାସିଷ୍ଟ ଯୋଗ ଦେଇଥିଲେ ।


