ଗଜପତିରେ ବିଶ୍ୱ ଯୋଗ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ବିଶ୍ୱ ଯୋଗ ଦିବସ । ଏହି ଅବସରରେ ଗଜପତି ଜିଲ୍ଲାରେ ଯୋଗ ଦିବସକୁ ଭିନ୍ନ ଭିନ୍ନ ଭାବେ ପାଳନ କରାଯାଇଛି । ଗଜପତି ଜିଲ୍ଲା ପାତାଞ୍ଜଳି ତରଫରୁ ଜିଲ୍ଲା ପ୍ରଭାରୀ ବିଘ୍ନେଶ୍ୱର ଦାସଙ୍କ ଅଧ୍ୟକ୍ଷତାରେ ଯୋଗ ଦିବସ ପାଲନ ନେଇ ଏକ ଚିନ୍ତନ ବୈଠକ ପାରଳାଖେମୁଣ୍ଡି ସିସିଡି ସ୍ୱେଚ୍ଛାସେବି ଅନୁଷ୍ଠାନ ପରିସରରେ ଆୟୋଜିତ ହୋଇଥିଲା । ଜିଲ୍ଲା ଯୁବ ପ୍ରଭାରୀ ସୁଶାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ସାମାଜିକ ଦୁରତାକୁ ରକ୍ଷା କରାଯାଇ ବିଭିନ୍ନ ଯୋଗାଭ୍ୟାସ କରାଯାଇଥିଲା । ସେହିପରି ପାରଳା ଉପକଣ୍ଠର ଝାମି ଗ୍ରାମଠାରେ ଥିବା ସରସ୍ୱତୀ ଷ୍ଟାଡି ସେଣ୍ଟରରେ ଯୋଗ ଦିବସ ପାଳନ କରାଯାଇଥିଲା । ଏଥିରେ ଗୁରୁ ଏନ.ସୁନୀଲ ଛାତ୍ରଛାତ୍ରୀଙ୍କୁ ଯୋଗାଭ୍ୟାସ କରାଇଥିଲେ । ଦୈନିକ ଯୋଗାଭ୍ୟାସ ଦ୍ୱାରା ଶରୀର ସୁସ୍ଥ ରୁହେ ବୋଲି ଏହି ଦିବସରେ ଏମାନେ ବାର୍ତ୍ତା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ