ଗଜପତିରେ ମାସେ ହେଲା ଲକ୍ଷ୍ମୀବସ୍ ଚଳାଚଳ ବନ୍ଦ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଗତ ୧ ମାସରୁ ଉର୍ଦ୍ଧ ହେଲା ଲକ୍ଷ୍ମୀବସ ଚଳାଚଳ ସମ୍ପୂର୍ଣ ରୂପେ ବନ୍ଦ ରହିଛି. ଯଦ୍ୱାରା ଜିଲ୍ଲାର ବିଶେଷ କରି ଗ୍ରାମାଞ୍ଚଳ ଲୋକଙ୍କ ଜୀବନ ଯାତ୍ରା ବିଶେଷ ଭାବେ ପ୍ରଭାବିତ ହୋଇଛି. ଜିଲ୍ଲାର ଦୁର୍ଗମ ଅଞ୍ଚଳର ଜନସାଧାରଣଙ୍କ ଯାତାୟାତ ସୁବିଧା ନିମନ୍ତେ ଏବଂ ବ୍ଲକ୍ ଓ ଗ୍ରାମାଞ୍ଚଳରୁ ଜିଲା ମହକୁମାକୁ ସଂଯୋଗ କରିବା ପାଇଁ ପ୍ରତ୍ୟେକ ଜନ ସାଧାରଣଙ୍କୁ – ସ୍ବଳ୍ପ ମୂଲ୍ୟରେ ସହଜରେ ପହଞ୍ଚୁବା ଲାଗି ଲକ୍ଷ୍ମୀବସ୍ ଚଳାଚଳ କରୁଥିଲା. ଏଥିରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରୁ ଯାତାୟାତ ସୁବିଧା ହୋଇଥିଲା। ତେବେ ଭକ୍ତ ଅଞ୍ଚଳରେ ଚାଲୁଥିବା ଲକ୍ଷ୍ମୀବସ୍ ଚଳାଚଳ ଏକ ମାସହେଲା ବନ୍ଦ ହୋଇଯାଇଛି। ଫଳରେ ଜିଲ୍ଲାର ଗ୍ରାମାଞ୍ଚଳବାସୀ ମୁଖ୍ୟତ ଗୁମ୍ମା ବ୍ଲକର ଅଜୟଗଡ଼ ପଞ୍ଚାୟତବାସୀ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଅଜୟଗଡ଼ ପଞ୍ଚାୟତ ଗୁମ୍ଫା ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ପରିଚିତ। ପଞ୍ଚାୟତକୁ ଭଲ ରାସ୍ତା ନାହିଁ କି ମୋବାଇଲ୍ ନେଟୱାର୍କ ନାହିଁ ଉକ୍ତ ଅଞ୍ଚଳରେ କେବଳ ଲକ୍ଷ୍ମୀବସ ଲୋକଙ୍କ ଯାତାୟାତର ମାଧ୍ଯମ ପାଲଟିଥିଲା. ହେଲେ ଏହା ଏବେ ବନ୍ଦ ହୋଇଯାଇଥିବାରୁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ ଗାଡ଼ି ଖରାପ ଅଛି | ମରାମତି ଚାଲିଥିବା ପ୍ରକାଶ କରିଛନ୍ତି। ତୁରନ୍ତ ଲକ୍ଷ୍ମୀବସ ଚଳାଚଳ ପାଇଁ ସରପଞ୍ଚ ସୁଲମି ଶବର, ସମିତି ସଭ୍ୟା ରିବିଜା ଗମାଙ୍ଗ, ପବିତ୍ର ପରିଚ୍ଛା, ଅରୁଣ ବଡ଼ନାୟକ ପ୍ରମୁଖ ଦାବି କରିଛନ୍ତି।

 
             
						 
						 
						 
						 
						 
						
