ଗଜପତିରେ ମିଳିମିଳା ଆତଙ୍କ, ୧୯ ଶିଶୁ ଆକ୍ରାନ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଞ୍ଚଳରେ ମିଳିମିଳା ଆତଙ୍କ ଦେଖା ଦେଇଛି । ଏଥିରେ ବହୁ ଶିଶୁମାନେ ଆକ୍ରାନ୍ତ ହୋଇଥିବା ବେଳେ ଗାଁରେ ମେଡ଼ିକାଲ୍ ଟିମ ପହଂଚି ନ ଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ମୋହନା ବ୍ଲକ ପାଣିଗଣ୍ଡା ପଞ୍ଚାୟତ ରସୁଣିଗଣ୍ଡା ଓ ଶିକୁଳିଦିହା ଗାଁରେ ଗତ ସପ୍ତାହ ମଧ୍ୟରେ ୧୯ ଜଣ ଶିଶୁ ମିଳିମିଳା ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ମେଡିକାଲ୍ ଟିମ ଶିକୁଳିଡିହ ଗାଁରେ ପହଞ୍ଚି ଚିକିତ୍ସା କରିବା ପରେ ୮ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ଜଣେ ଶିଶୁ ସୁସ୍ଥ ଚିକିତ୍ସାଧୀନ ଅବସ୍ଥାରେ ଅଛି। ଅନ୍ୟପଟେ ରସୁଣିଗଣ୍ଡା ଗାଁରେ ୮ ଜଣ ଶିଶୁ ଅସୁସ୍ଥ ଥିବା ବେଳେ ଗାଁରେ ମେଡ଼ିକାଲ୍ ଟିମ ପହଞ୍ଚି ନ ଥିବା ଅଭିଯୋଗ ହୋଇଛି । ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଜୟରାମ ପଣ୍ଡା କହିଛନ୍ତି, ଗାଁରେ ମେଡ଼ିକାଲ୍ ଟିମ ପହଞ୍ଚି ଅସୁସ୍ଥ ଶିଶୁମାନଙ୍କ ଚିକିତ୍ସା ଜାରି ରହିଛି । ଆଗକୁ ଏହା ନ ବ୍ୟାପିବା ପାଇଁ ସମ୍ପୁର୍ଣ୍ଣ ଭାବେ ନଜର ରଖାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ