ଗଜପତିରେ ମିଶନ୍ ଇନ୍ଦ୍ରଧନୁଷ୍ ୩.୦ ଶୁଭାରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଆଜି ଠାରୁ ମିଶନ ଇନ୍ଦ୍ରଧନୁଷ୍ ୩.୦ର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ଭାରତ ସରକାର ଓ ଓଡିଶା ସରକାରଙ୍କ ନିଷ୍ପତି ଓ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାରେ ଆଜି ଠାରୁ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ସଘନ ମିଶନ୍ ଇନ୍ଦ୍ରଧନୁଷ୍ ୩.୦ କାର୍ଯ୍ୟକ୍ରମ ଚାଲୁ ରହିବ । ଜାତୀୟ ସାମଗ୍ରୀକ ଟୀକାକରଣ କାର୍ଯ୍ୟକ୍ରମର ସୂଚୀ ଅନୁସାରେ ପ୍ରତ୍ୟେକ ଶିଶୁକୁ ବୟସ ଉପଯୁକ୍ତ ଟୀକା ପ୍ରଦାନ କରି ଟୀକା ଦ୍ୱାରା ପ୍ରତିରୋଧ କରାଯାଇ ପାରୁଥିବା ରୋଗ ସମୁହରୁ ଶିଶୁ ମାନଙ୍କୁ ରକ୍ଷା କରାଯିବା ସହ ଶିଶୁଟିର ଭବିଷ୍ୟତକୁ ସୁରକ୍ଷିତ କରି ଏକ ସୁସ୍ଥ ସମାଜ ଗଠନ କରିବା ନେଇ ଏହି ଅଭିଯାନ ଆରମ୍ଭ ହୋଇଛି । ଗତବର୍ଷ ଠାରୁ କୋଭିଡ୍‌-୧୯ ବିଶ୍ୱ ମହାମାରୀର ପ୍ରଭାବରେ ଜନସାଧାରଣଙ୍କ ଜୀବନ ଶୈଳୀ ବିଶେଷ ଭାବେ ପ୍ରଭାବିତ ହୋଇଅଛି । ଏଣୁ କୋଭିଡ୍‌-୧୯ କିମ୍ବା ଅନ୍ୟ କୌଣସି କାରଣରୁ ଯେ କୌଣସି ଟୀକା ପାଇବାରୁ ବଞ୍ଚିତ ହୋଇଥିବା ଶିଶୁ ମାନଙ୍କୁ ଏହି ସଘନ ମିଶନ୍ ଉନ୍ଦ୍ରଧନୁଷ୍ ୩.୦ କାର୍ଯ୍ୟକ୍ରମ ସମୟରେ ଟୀକା ପ୍ରଦାନ କରାଯିବ । ପାରଳାଖେମୁଣ୍ଡି ବାଟଗୌ÷ଡ ସାହି ଠାରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶ୍ରୀ ପାତ୍ରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇ ଟୀକା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡାକ୍ତର ଏମ୍‌.ଏସ୍‌. ମୁନୀର, ଡାକ୍ତର ଏନ୍‌.ରବିବାବୁ, ଡିଏମ୍‌ଆରସିଏଚ୍ ସୁଶାନ୍ତ ପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ