ଗଜପତିରେ ମୁଖ୍ୟମନ୍ତ୍ରୀ ବସସେବା ବନ୍ଦ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମୋହନା, ଗୁମ୍ମା ଓ ଆର୍.ଉଦୟଗିରି ବ୍ଳକ୍‌ରୁ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିକୁ ମୁଖ୍ୟମନ୍ତ୍ରୀ ବସ୍ ବସସେବା କାର୍ଯ୍ୟକ୍ରମରେ ଏସି ବସ୍ ଏବେ ବନ୍ଦ ହୋଇଯାଇଛି। ବିଶେଷ କରି ମହିଳାମାନଙ୍କୁ ଏସି ବସ୍‌ରେ ରା.ଉଦୟଗିରି ଓ ବିଭିନ୍ନ ଅଞ୍ଚଳରୁ ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ୬୫ କିଲୋମିଟର ଯାତ୍ରା କରିବା ପାଇଁ କେବଳ ୧୦ଟଙ୍କା ଦେବାକୁ ପଡୁଥିଲା। ପୁରୁଷମାନେ ଏସି ବସ୍‌ରେ ଯାତ୍ରା କଲେ ଦେବାକୁ ପଡୁଥିଲା ୮୦ଟଙ୍କା ଦେଇ ଯାତ୍ରୀମାନେ ଯିବା ଶସ୍ତାରେ ଜିଲ୍ଲା ମୁଖ୍ୟାଳ‌ୟକୁ ଯାତାୟାତ କରିବା ସହ ଉପକୃତ ହୋଇପାରୁଥିଲେ। ତେବେ ଏହି ତିନିଟି ବ୍ଲକରେ ଚାଲିଥିବା ଏସି ବସ୍ ଗୁଡିକ କିଛି ଦିନ ହେଲା ବନ୍ଦy ହୋଇଯାଇଛି। ତେବେ ବସ୍ ଚଳାଚଳ ବନ୍ଦ ହେବାର କାରଣ ଜଣା ପଡ଼ିନଥିବା ବେଳେ ଜିଲ୍ଲାରେ ପରିବହନ ବ୍ୟବସ୍ଥାରେ ୭୦ ଭାଗରୁ ଅଧିକ ବସ୍ ଚଳାଉଥିବା ଘରୋଇ ବସ ମାଲିକ ସଂଘ ଏହି ବସ୍ ଚଳାଚଳ ନେଇ ପ୍ରଶାସନ ନିକଟରେ ପ୍ରତିବାଦ ଉଠାଇଛନ୍ତି। ଏହି ବସ୍ ଯୋଗୁଁ ଘରୋଇ ବସ୍ ପ୍ରବଳ କ୍ଷତି ସହୁଥିବା ସେମାନଙ୍କ ଆବେଦନରେ ଗଜପତି ଆରଟିଓଙ୍କୁ ଦର୍ଶାଇଛନ୍ତି। ବର୍ତମାନ କେବଳ ବ୍ଳକ୍ ସଦର ମହକୁମାରୁ ଆଭ୍ୟନ୍ତରୀଣ ଅଞ୍ଚଳକୁ ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍ ଗୁଡିକ ଚାଲିଛି ରା.ଉଦୟଗିରିରୁ ଦୁର୍ଗମ ପୁରୁଣାପାଣି ୫୫ କିଲୋମିଟର ରାସ୍ତାକୁ କେବଳ ୫ ଟଙ୍କାରେ ମହିଳାମାନେ ଯାତ୍ରା କରିପାରୁଛନ୍ତି ଓ ବ୍ଲକ ସଦରମହକୁମା ସହ ଯୋଡି ହୋଇପାରିଛନ୍ତି। ତେବେ ଏହି ଆଭ୍ୟନ୍ତରୀଣ ଅଞ୍ଚଳକୁ ଯାତ୍ରା କରୁଥିବା ବସ୍ ଗୁଡିକର ଚଳାଚଳ ଉପରେ ମଧ୍ୟ ଘରୋଇ ବସ୍ ମାଲିକ ସଂଘ ପ୍ରତିବାଦ ଉଠାଇଥିବା ବେଳେ ପୁନଃ ଏସି ବସ୍ ସେବା ଚାଲୁ ରଖାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ