ଗଜପତିରେ ମୃଦୁ ଭୁମିକମ୍ପ,ଲୋକେ ଆତଙ୍କିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକର ୬ଗୋଟି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ମୃଦୁ ଭୁମିକମ୍ପ ଅନୁଭୁତ ହୋଇଛି । ହଠାତ୍ ଏହି ମୃଦୁ ଭୁମିକମ୍ପ ଯୋଗୁଁ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ସୁଚନାଯୋଗ୍ୟ, ମଙ୍ଗଳବାର ସକାଳ ୮.୫୫ମିନିଟ ସମୟରେ କାଶୀନଗର ବ୍ଲକର ଖାରଡା,କେ.ସିତାପୁର,ହାଡୁଭାଙ୍ଗି,କାଶୀନଗର,ବୁଦୁରା ଓ ଖିଡିଗାଁ ଆଦି ୬ଗୋଟି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ମୃଦୁ ଭୁମିକମ୍ପ ଅନୁଭୁତ ହୋଇଥିଲା । ଏହି ଭୁମିକମ୍ପ ମାତ୍ର ୨ସେକେଣ୍ଡ ପାଇଁ ଅନୁଭୁତ ହୋଇଥିଲା ବୋଲି ଖାରଡା ଗ୍ରାମର ଏ.ଅଦିନାରାୟଣ ଏବଂ ହାଡୁଭାଙ୍ଗି ଗ୍ରାମର ବୋରା ଗଙ୍ଗାଧନ କହିଛନ୍ତି ଯେ,ଭୁମିକମ୍ପ ପୁର୍ବରୁ ଏକ ବିରାଟ ସବ୍ଦ ହୋଇଥିଲା । ଘର ଉପର ଭାଗରେଥିବା ଜିନିଷପତ୍ର ଗୁଡିକ ତଳେ ପଡିଯାଇଥିଲା । ଗ୍ରାମବାସୀ ମାନେ ଭୟଭିତ ହୋଇ ଘରଭିତରୁ ବାହାରକୁ ଆସିଯାଇଥିଲେ । କେତେକ ଘର ଏହି ମୃଦୁ ଭୁମିକମ୍ପ ଯୋଗୁଁ ଛୋଟବଡ ଫାଟ ଦେଖାଦେଇଛି । ହଠାତ୍ ଏପରି ଭୁମିକମ୍ପ ହେବା ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ