ଗଜପତିରେ ମୃଦୁ ଭୁମି କମ୍ପ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଆଜି ଗଜପତି ଜିଲ୍ଲାରେ ମୃଦୁ ଭୁମି କମ୍ପ ଅନୁଭୁତ ହୋଇଛି । ଗଜପତି ଜିଲ୍ଲାର ମୋହନା ଓ ଆର.ଉଦୟଗିରି ବ୍ଲକର କେତେକ ଅଞ୍ଚଳରେ ଆଜି ସକାଳ ୭ଘଣ୍ଟା ୧୦ମିନିଟ ସମୟରେ ଏହି ମୃଦୁ ଭୁମି କମ୍ପ ଅନୁଭୁତ ହୋଇଛି । ଭୁମି କମ୍ପ ସମୟରେ କେତେକ ଅଞ୍ଚଳରେ ଘର ଗୁଡିକ ଥରିବା ଯୋଗୁଁ ଲୋକମାନେ ଅତଙ୍କିତ ହୋଇ ଘରୁ ବାହାରକୁ ଆସିଥିବା ଜଣାଇଛନ୍ତି ।  ମୃଦୁ ଭୁମି କମ୍ପରେ କୌଣସି କ୍ଷୟକ୍ଷତି ଘଟି ନ ଥିବା ସୁଚନା ମିଳିଛି । ଏହି ମୃଦୁ ଭୁମି କମ୍ପ ରିକ୍ଟେର ସ୍କେଲରେ ୩.୯ ଆଦ୍ରତା ବୋଲି ଜଣାପଡିଥିଲା । ଏହାକୁ ନେଇ ଉଭୟ ମୋହନା ଓ ଆର.ଉଦୟଗିରି ଅଞ୍ଚଳରେ ଲୋକମାନେ ଆତଙ୍କିତ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ