ଗଜପତିରେ “ମୋ ସେବା କେନ୍ଦ୍ର” ଶୁଭାରମ୍ଭ”

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୫ ନମ୍ବର ୱାର୍ଡର ରାଜଦାଣ୍ଡ ସାହିରେ ଓଡିଶା ସରକାରଙ୍କ ପୋର୍ଟାଲ-ୱାନ “ମୋ ସେବା କେନ୍ଦ୍ର” ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି “ମୋ ସେବା କେନ୍ଦ୍ର” ଦ୍ୱାରା ଜନସାଧାରଣଙ୍କ ଜନ୍ମ ପ୍ରମାଣପତ୍ର ଠାରୁ ଆରମ୍ଭ କରି ସରକାରୀ ବସରେ ଟିକଟ ଓ ଅନ୍ୟାନ୍ୟ ବହୁ ସୁବିଧା ଗୋଟିଏ ପାଖରେ ହିଁ କମ ଖର୍ଚ୍ଚରେ ପାଇପାରିବେ । ଏଥିପାଇଁ ଆଉ ସରକାରୀ କାର୍ଯ୍ୟାଳୟକୁ ଯିବାପାଇଁ ପଡିବ ନାହିଁ । ଆଗାମୀ ଭବିଷ୍ୟତରେ ଏଭଳି ‘ମୋ ସେବା କେନ୍ଦ’୍ର ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମେତ ପାରଳାଖେମୁଣ୍ଡି ଓ କାଶୀନଗର ସହରର ବିଭିନ୍ନ ୱାର୍ଡରେ ଖୋଲାଯିବ ବୋଲି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପାରଳାଖେମୁଣ୍ଡି ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ, ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେବେକାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ