ଗଜପତିରେ ଶିଶୁ ସମ୍ପର୍କ ଯାତ୍ରା ରଥର ଶୁଭାରମ୍ଭ ।

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଜିଲ୍ଲା ଶିଶୁ ସମ୍ପର୍କ ଯାତ୍ରା ରଥର ଶୁଭାରମ୍ଭ କରାଯାଇଛି । ଏହି ରଥକୁ ଜିଲ୍ଲାପାଳ ଅନୁପମ ସାହା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମସ୍ତ ଶିଶୁ ମାନଙ୍କର ଅଧିକାରକୁ ସୁନିଶ୍ଚିତ କରିବା, ଜିଲ୍ଲାରେ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଶିଶୁ ମାନଙ୍କୁ ଯଥା ଶୀଘ୍ର ଥଇଥାନ କରିବା ଏବଂ ଶିଶୁମାନଙ୍କ ପାଇଁ କାମ କରୁଥିବା ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା । ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ଶିଶୁ ସମ୍ପର୍କ ଯାତ୍ରାର କାର୍ଯ୍ୟକ୍ରମ ଜାରୀ ରହିଛି । ଗଜପତି ଜିଲ୍ଲାରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏହିପରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜିଲ୍ଲାର କିଛି ବ୍ଲକ ଏବଂ ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନ ମାନଙ୍କରେ ମଧ୍ୟ ଶିଶୁ ସୁରକ୍ଷା ବାର୍ତ୍ତା ପହଞ୍ଚାଇବାପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଗାମୀ ଦିନରେ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ମାନଙ୍କ ପାଖରେ ପହଞ୍ôଚବାପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ଯାହାକି ଏହି ମାସର ଶେଷ ସୁଧା ସାରା ଜିଲ୍ଲାର ସମସ୍ତ ଉପାନ୍ତ ଅଞ୍ଚଳରେ କାର୍ଯ୍ୟ ଶେଷ ହେବ । ଆଜି ଆରମ୍ଭ ହୋଇଥିବା ରଥ ସମସ୍ତ ପଞ୍ଚାୟତ ସମିତିରେ ପହଞ୍ôଚବା ସହ ରାସ୍ତାକଡରେ ଥିବା ସମସ୍ତ ପଞ୍ଚାୟତରେ ପହଞ୍ôଚବାର କାର୍ଯ୍ୟକ୍ରମ ରହିଛି । ଏହି ରଥ ପ୍ରାୟ ସପ୍ତାହ ଧରି ଜିଲ୍ଲାର ଜନ ସାଧାରଣଙ୍କୁ ଶିଶୁ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ସହ ବିଭିନ୍ନ ସମସ୍ୟା ବିଷୟରେ ବୁଝାଇବ । ଏହି କାର୍ଯ୍ୟକ୍ରମକୁ ସୁଫଳ କରିବା ପାଇଁ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳଙ୍କ ନେତୃତ୍ୱରେ ସମିତିର ସମସ୍ତ ସଭ୍ୟ, ଶିଶୁ ସୁରକ୍ଷା ସମିତିର ସମସ୍ତ ସଭ୍ୟ ଓ ଚାଇଲ୍ଡ ଲାଇନ୍‌ର ସମସ୍ତ ସଭ୍ୟ ସହଯୋଗ କରିଥିଲେ । ରଥର ଶୁଭାରମ୍ଭ ସମୟରେ ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଶିଶୁ ମଙ୍ଗଳ ସମିତିର ସଭ୍ୟା ଅଳକା ସାହୁ, ହିରଣ୍ୟ କୁମାର ଦାସ, ଘରୋଇ ଛାତ୍ରାବାସ ସଂଘର ସଭାପତି ନକୋଲାସ ଦାସ, ସଂଯୋଜକ ବିଚିତ୍ର ପାଣି ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ