ଗଜପତିରେ ଶୀତର ପ୍ରଭାବ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲାରେ ଦିନକୁ ଦିନ ଶୀତର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲାର ଗୁମ୍ମା,କାଶୀନଗର,ରାୟଗଡ,ମୋହନା,ଗୋଷାଣୀ, ଆର୍.ଉଦୟଗିରି, ରାମଗିରି, ଚନ୍ଦ୍ରଗିରି, ନୂଆଗଡ ଇତ୍ୟାଦି ଅଞ୍ଚଳରେ ଶୀତର ପ୍ରଭାବ ବେଶ ବୃଦ୍ଧିପାଇଛି । ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଶୀତବସ୍ତ୍ର ପରିଧାନ କରିବା ସହ ଅନେକ ଅଞ୍ଚଳରେ ନିଆଁ ଲଗାଇ ବସୁଛନ୍ତି । ଗଜପତି ଜିଲାର ଏହି ସବୁ ଅଞ୍ଚଳ ଗୁଡିକ ପାହାଡ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବା ଯୋଗୁଁ ଏଠାରେ ସାଧାରଣତଃ ଶୀତ ଋତୁରେ ଅଧିକ ଶୀତ ଅନୁଭୂତ ହୋଇଥାଏ । ସେହିପରି ଭୋର ଓ ରାତି ସମୟରେ ଘନ କୁହୁଡି ଦ୍ୱାରା ଯାତାୟତରେ ବାଧାପ୍ରାପ୍ତ ହେଉଛି । ଶୀତର ପ୍ରୋକପ ଏତେ ମାତ୍ରାରେ ବର୍ତ୍ତମାନ ଠାରୁ ବଢିଛି ଯେ ସନ୍ଧ୍ୟାରେ କାଠ ଜାଳି ଲୋକମାନେ ଶୀତ ଦାଉରୁ ରକ୍ଷା ପାଇବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପକ୍ଷରେ ଏହିପରି କାଠ ଜାଳି ଶୀତୁଆ ସନ୍ଧ୍ୟାରେ ଯୁବ ଗୋଷ୍ଠୀ ଗୁଡିକ ମଜା ଉଠାଉଥିବାର ମଧ୍ୟ ଦେଖିବାକୁ ମିଳୁଛି ।