ଗଜପତିରେ ସରକାରୀ ବିଦ୍ୟାଳୟରେ ଶିକ୍ଷକ-ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ଗଜପତି ଜିଲ୍ଲାର ସମସ୍ତ ସରକାରୀ ଷଷ୍ଟ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ବିଦ୍ୟାଳୟର ଅଭିଭାବକଙ୍କୁ ନେଇ ବିଦ୍ୟାଳୟସ୍ତରୀୟ ଶିକ୍ଷକ-ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଭିଡିଓ ବାର୍ତ୍ତା ମାଧ୍ୟମରେ ଶିକ୍ଷକ-ଅଭିଭାବକ ସମ୍ମିଳନୀରେ ସମସ୍ତ ଅଭିଭାବକଙ୍କୁ ଯୋଗଦାନ କରିବାକୁ ଅନୁରୋଧ କରିବା ସହ ନିଜ ପିଲାଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଚର୍ଚ୍ଚା କରିବା ସହ ଏହି ସମ୍ମିଳନୀକୁ ସଫଳ କରିବାକୁ ନିବେଦନ କରିଥିଲେ । ଏହି ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ହାତକୁ ନିଆଯାଇଥିବା ୫ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତିକରଣ କାର୍ଯ୍ୟକ୍ରମ ବିଷୟରେ ନିଜର ମତାମତ ରଖିବା ସହ ଏହି ରୂପାନ୍ତିକରଣ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ପ୍ରେରଣା ଯୋଗାଇଥାଏ । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଶ କୁମାର ନାୟକ ଭିଡିଓ ବାର୍ତ୍ତା ଓ କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡା ଗ୍ରାମ ସ୍ଥିତ ସରକାରୀ ବିଏମ୍ ଉଚ୍ଚ ବିଦ୍ୟାଳୟ ଏବଂ ରାଣୀପେଣ୍ଠ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଏହି ସମ୍ମିଳନୀରେ ଉପସ୍ଥିତ ରହି ଷଷ୍ଠରୁ ଅଷ୍ଟମ ବେସଲାଇନ ଏସେସମେଣ୍ଟ, ନବମ ଓ ଦଶମ ଶ୍ରେଣୀପାଇଁ ଲାଗୁ ହୋଇଥିବା ନୂତନ ଏସେସମେଣ୍ଟ, କୋଭିଡ-୧୯ ଠାରୁ ରକ୍ଷା କରିବା ଓ ସରକାରଙ୍କ ଦ୍ୱାରା ହାତକୁ ନିଆଯାଇଥିବା ଜନସାଧାରଣ ଦ୍ୱାରା ନେତୃତ୍ୱ, ୫ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତିକରଣ କାର୍ଯ୍ୟକ୍ରମ ବିଷୟରେ ଚର୍ଚ୍ଚା କରିଥିଲେ । ଶିକ୍ଷା ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ସନ୍ତୋଷ କୁମାର ସାହୁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ, ତ୍ରିପତି ପାତ୍ର ଓ ବ୍ଲକସ୍ତରୀୟ ଅଧିକାରୀ ଯଥା ବିଇଓ, ବିଆର୍ସିସି ଓ ସିଆର୍ସିସି ଏବଂ ନୀତି ଆୟୋଗର ସହଯୋଗୀ ସଂସ୍ଥା ପୀରାମଲ ଫାଉଣ୍ଡେସନ ପ୍ରତିନିଧି ଫରାନା ଖାତୁନ, ଉପାସନା ରାୟ, ଆୟୁଷ କୁମାର ହସେ ଓ ଏ.ରାୟ ବିଭିନ୍ନ ବ୍ଲକର ବିଦ୍ୟାଳୟ ଗୁଡିକରେ ଯୋଗଦେଇ ରାଜ୍ୟ ଦ୍ୱାରା ପ୍ରଦତ୍ତ ବିଷୟ ଉପରେ ଆଲୋଚନା କରିଥିଲେ ।