ଗଜପତିରେ ସରକାରୀ ଯୋଜନା ବାଟବଣା, ଅନାଥ ଅବିବାହିତ ମହିଳା ସମସ୍ତ ସୁବିଧାରୁ ବଞ୍ଚିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ସମସ୍ତ ଲୋକ ହିତକର ଯୋଜନା କେବଳ କାଗଜ କଲମରେ ସୀମିତ ରହିବା ସହ ସମସ୍ତ ଯୋଜନା ବାସ୍ତବିକ ଭାବେ ବାଟବଣା ହୋଇଯାଇଛି. ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାରୁ କୌଣସି ସୁଫଳ ପାଇପାରୁନାହାନ୍ତି. ଏଭଳି ଏକ ଦୁଃଖଦ ଘଟଣା ଲୋକଲୋଚନକୁ ଆସିଛି, ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ନୂଆଗଡ ଗ୍ରାମର ଅବିବାହିତା ମହିଳା ସୁରଭୀ ଜେନା ସରକାରୀ ଯୋଜନାରୁ ବଞ୍ଚିତ । ଏହି ଭଳି ଜଣେ ଅବିବାହିତା ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଥିବା ବ୍ୟକ୍ତି ବିଶେଷକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଜନ କଲ୍ୟାଣ ଯୋଜନା ପ୍ରୟାଣ କରିଛନ୍ତି ମାତ୍ର ତୃଣମୂଳ ସ୍ତରରେ କେତେକ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ଅବହେଳିତ ଯୋଗୁଁ ଯୋଜନା ସଫଳ ରୂପାୟନ ହୋଇ ପାରୁନଥିବା ଜଣା ପଡୁଛି। ନୂଆଗଡ଼ ବ୍ଲକ ଅନ୍ତର୍ଗତ ନୂଆଗଡ଼ ଗ୍ରାମ ପଞ୍ଚାୟତ ର ୫ ୱାର୍ଡ ର ସୁରଭି ଜେନା ଜଣେ ଅତ୍ୟନ୍ତ ନୀରିହ ଗରୀବ ଶ୍ରେଣୀର ଅବିବାହିତା ମହିଳା ଅଟନ୍ତି। ସୁରଭି ଜେନାଙ୍କ ନିଜସ୍ବ ଘର ବୋଲି କିଛି ନାହିଁ। ଅତି ଦୟନୀୟ ଅବସ୍ଥାରେ ଦୀର୍ଘ ବର୍ଷ ହେଲାଣି ବର୍ଷା ଖରା ଶୀତ କାକରରେ ସେ ସାହି ପଡ଼ିଶା ଘର ପିଣ୍ଡା ଦାଣ୍ଡରେ ହିଁ ଆଶ୍ରୟ ନିଅନ୍ତି। ଏହା ଏକ ଅତ୍ୟନ୍ତ ଦୁଃଖଦ ଦୟନୀୟ ବିଷୟ ଅଟେ। ସୁରଭି ଜେନାଙ୍କୁ ୧୦ କେଜି ଚାଉଳ ଅନ୍ନପୂର୍ଣା ଯୋଜନାରେ ମିଳୁଥିଲା। ହେଲେ ଦୁର୍ଭାଗ୍ୟ ବଶତଃ ଦିର୍ଘ ଦିନ ହେବ ଉକ୍ତ କାର୍ଡ଼ର ତାଲିକା ରୁ ତାଙ୍କୁ ବାଦ କରି ଦିଆଯାଇଛି। ଉପରୋକ୍ତ ସମସ୍ୟା ସମ୍ପର୍କରେ ପଞ୍ଚାୟତ କର୍ତ୍ତୃପକ୍ଷ ଠାରୁ ଆରମ୍ଭ କରି ବ୍ଲକ କର୍ତ୍ତୃପକ୍ଷ ପର୍ଯ୍ୟନ୍ତ ସେ ଅନେକ ଥର ଅଧିକାରୀଙ୍କ ଦ୍ଵାରାସ୍ତ ହୋଇଛନ୍ତି ଉକ୍ତ ସମସ୍ୟା ଉପରେ ଅବଗତ କରାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଅଧିକାରୀ ମାନେ ତାଙ୍କ ସମସ୍ୟା ସମ୍ପର୍କରେ କୌଣସି କର୍ଣ୍ଣପାତ କରୁନାହାନ୍ତି। ସରକାର ଓ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି। ଜଣେ ଗୃହହୀନ ଗରୀବ ଶ୍ରେଣୀ ମହିଳା ହୋଇଥିବାରୁ ନିଜସ୍ଵ ଗୃହ ନ ଥିବାରୁ ତାଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରିବା ପାଇଁ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ସାମିଲ କଲେ ଗୃହ ନିର୍ମାଣ କରି ପାରିବେ। ଏବଂ ଅନ୍ତଦୟ ଯୋଜନାରେ ସାମିଲ କରାଗଲେ ସେ ଉପକୃତ ହୋଇପାରିବେ। କେବଳ ଆଗକୁ ଦେଖିବାକୁ ବାକି ରହିଲା କେବେ ସରକାର ସରକାରୀ ଯୋଜନାରେ ସାମିଲ୍ କରି ଅନାଥ ଅବିବାହିତା ମିହିଳାଙ୍କ ସମସ୍ୟା ସମାଧାନ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ