ଗଜପତିରେ ସାଧାରଣତନ୍ତ୍ର ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିଅମରେ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିୟାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ରାଜ୍ୟ ସରକାରଙ୍କ ବିବିଧ ଉନ୍ନୟନ ମୁଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ପାରଳା ମହାରାଜା ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଯୋଗୁଁ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇପାରିଛି । ଗଜପତି ଜିଲ୍ଲା ନୁହେଁ ସମଗ୍ର ଓଡିଶା ଏବଂ ଓଡିଶା ବାହାରେ ମଧ୍ୟ ବହୁ ଲୋକହିତକର କାର୍ଯ୍ୟ କରି ସମସ୍ତଙ୍କ ଠାରେ ଅବିସ୍ମରଣୀୟ ହୋଇ ରହିଛନ୍ତି । ସେହି କୃଷ୍ଣ ଚନ୍ଦ୍ର ଦେବଙ୍କ ତ୍ୟାଗ ଓ ଆଦର୍ଶରେ ପ୍ରତ୍ୟେକ ବ୍ୟକ୍ତି ଅନୁପ୍ରାଣିତ ହୋଇ ସମାଜ ଓ ଦେଶର ସେବା କରନ୍ତୁ ବୋଲି ମନ୍ତ୍ରୀ ଆହ୍ୱାନ କରିଥିଲେ । ଏଥିରେ ବିଭିନ୍ନ ପ୍ରଦର୍ଶନୀ ରଥକୁ ପରିକ୍ରମା କରି ସରକାରଙ୍କ ବିଭିନ୍ନ ଉନ୍ନୟନ ମୁଳକ ଯୋଜନାର ବାର୍ତ୍ତାକୁ ସାଧାରଣଙ୍କ ଠାରେ ପହଞ୍ଚା ଯାଇଥିଲା । ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ଓ କେତେକ ଅନୁଷ୍ଠାନ ତରଫରୁ କୌତୁକ ପୋଷାକ ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରଦର୍ଶିତ ହୋଇଥିଲା । ପ୍ୟାରେଡରେ ଉତ୍ତମ ପ୍ରଦର୍ଶନ କରିଥିବା ଦଳକୁ ମନ୍ତ୍ରୀ ସିଲ୍ଡ ପ୍ରଦାନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ମନ୍ତ୍ରୀ ଜିଲ୍ଲା ଡାକ୍ତରଖାନା,ଜିଲ୍ଲା କାରାଗାର ଓ କୁଷ୍ଠାଶ୍ରମରେ ମିଷ୍ଟାନ୍ନ ଓ ଫଳ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା,ଏସପି ସାରା ଶର୍ମାଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ