ଗଜପତିରେ ସିପିଏମର ନବମ ଜିଲ୍ଲା ସମ୍ମିଳନୀ ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ସିପିଆଇ(ଏମ)ର ନବମ ଗଜପତି ଜିଲ୍ଲା ସମ୍ମିଳନୀ ଆଜି ଠାରୁ ଆରମ୍ଭ ହୋଇଯାଇଛି । ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଏ ନେଇ ନୁଆ ବସଷ୍ଟାଣ୍ଡ ଠାରୁ ଏକ ବିରାଟ ରାଲିରେ ନଗର ପରିକ୍ରମା କରି ଜିଲ୍ଲା ସିପିଆଇ(ଏମ) କାର୍ଯାଳୟ ଠାରେ ପହଞ୍ଚି ଥିଲେ । ଏହି ସିପିଆଇ(ଏମ)ର ନବମ ଗଜପତି ଜିଲ୍ଲା ସମ୍ମିଳନୀ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତାକାଲି ସମାପନ ହେବ । ଏହି ସମ୍ମିଳନୀରେ ସିପିଆଇ(ଏମ)ର ରାଜ୍ୟ ସମ୍ପାଦକ ଅଳୀକିଶୋର ପଟ୍ଟନାୟକ,କୃଷକ ସଭା ଉପସଭାପତି ଜଗନ୍ନାଥ ମିଶ୍ର,ସିପିଆଇ(ଏମ)ର ବରିଷ୍ଠ ନେତା ଯତୀନ ମହାନ୍ତି,ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରୟତ ପ୍ରମୁଖ ଯୋଗଦେଇ ଗଜପତି ଜିଲ୍ଲାରେ ସିପିଆଇ(ଏମ)ର ସଂଗଠନ ଓ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବା ସହ ଖାଦ୍ୟ,କାମ,ମଜୁରୀ, କେନ୍ଦ୍ରର କଳା କୃଷୀ ଆଇନ ପ୍ରତ୍ୟାହାର ସହ ଯୁବ ବର୍ଗଙ୍କୁ ତୁରନ୍ତ ନିଯୁକ୍ତି ଦିଆଯିବା ଆଦି ଉପରେ ପ୍ରାଧାନ୍ୟ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ