ଗଜପତିରେ ସୌରଚାଳିତ କ୍ଷୁଦ୍ରଦାନା ଶସ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ସି.ଗୋବିନ୍ଦପୁର ଗ୍ରାମ ଠାରେ ଓଡିଶା ମିଲେଟ ମିଶନ ଓ ସେଲ୍କୋ ସଂଗଠନ ସହାୟତାରେ ତପ୍ତପାଣି କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ ଓ ସାକାଲ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆନୁକୁଲ୍ୟରେ ନିର୍ମିତ ହୋଥିବା ସୌରଚାଳିତ କ୍ଷୁଦ୍ରଦାନା ଶସ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ମୋହନା ବିଡିଓ ସାର୍ଥକ ସୌରଭ ମହାପାତ୍ର, ମୋହନା ତହସିଲଦାର ଶାରଦା ପ୍ରଶନ୍ନ ପଣ୍ଡା, ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ, ଜିଲ୍ଲା ନାବାର୍ଡ ଅଧିକାରୀ ପ୍ରତୀକ ପଣ୍ଡା, ସହକାରୀ ଉଦ୍ୟାନ ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର, ଆର୍.ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ରର ଡ. ସଂଗ୍ରାମ ପରମଗୁରୁ, ବ୍ଲକ କୃଷି ଅଧିକାରୀ ସନ୍ଦିପ କୁମାର ସାହୁ, ଓଡିଶା ମିଲେଟ୍ ମିଶନର ଆଞ୍ଚଳିକ ସଂଯୋଜକ ରାମଚନ୍ଦ୍ର ତୋପ, ତ୍ରୀନାଥ ତାରାପୁଟିଆ, ସେଲ୍କୋର ଅସୀତ କୁମାର ପୁରୋହିତ, ବ୍ଲକ ଆତ୍ମାର ଅଧ୍ୟକ୍ଷ ଗୌରୀ ଶଙ୍କର ପ୍ରଧାନ, ଚାନ୍ଦିପୁଟ ସରପଞ୍ଚ ଜୁରିଆ କାର୍ଯୀ, ମାଣିକପୁର ପଞ୍ଚାୟତର ସରପଞ୍ଚ, ସାକାଲର ସମ୍ପାଦକ ନଗେନ୍ଦ୍ର କୁମାର ନଳୀ, ଗୋରୀଶଙ୍କର ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କେନ୍ଦ୍ର ଓଡିଶାର ପ୍ରଥମ ଅଭିନବ ଯୋଜନା ତଥା ସୌରଚାଳିତ କ୍ଷୁଦ୍ର ଦାନା ଶସ୍ୟ ପ୍ରକ୍ରୀୟ କରଣ ମାଧ୍ୟମରେ ଅଞ୍ଚଳରେ ଚାଷୀମାନେ ଅଧିକ ଉତ୍ପାଦନ କରିବା ସହିତ ମହିଳାମାନଙ୍କର ପରିଶ୍ରମ ଲାଘବ ହୋଇପାରିବ ବୋଲି କୁହାଯାଇଛି । ଏହା ଦ୍ୱାରା ସୁବିଧାରେ ପ୍ରକ୍ରୀୟକରଣ ହେବା ସହ କ୍ଷୁଦ୍ରଦାନା ଶସ୍ୟ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ହେବ । ଏହାକୁ ଅଙ୍ଗନବାଡି କେନ୍ଦ୍ର, ଆଶ୍ରମ ବିଦ୍ୟାଳୟ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆଦିରେ ଏହା ସାମିଲ କରାଯାଇ ଚାହିଦା ପୁରଣରେ ସହାୟକ ହୋଇପାରିବା ସହ ବଜାର ଚାହିଦା ମେଣ୍ଟାଇ କୃଷକ ଉତ୍ପାଦନ ବୃଦ୍ଧି ପାଇବ ବୋଲି ମଧ୍ୟ ସୂଚନା ଦିଆଯାଇଛି ।


