ଗଜପତିରେ ସ୍ଥିତି ଉଦ୍ବେଗଜନକ ଆଜି ପୁଣି ୨୭ ପଜିଟିଭ୍,ଜିଲ୍ଲାରେ ମୋଟ ୪୧୧ ଚିହ୍ନଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ କରୋନା ସଂକ୍ରମଣର ସ୍ଥିତି ଉଦ୍ବେଗଜନକ ଭାବେ ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ଦିନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଆଜି ପୁଣି ଗୋଟାଏ ଦିନରେ ୨୭ ଜଣ ଚିହ୍ନଟ ନେଇ ଜିଲ୍ଲାବାସୀଙ୍କ ଠାରେ ଉଦ୍ବେଗ ପ୍ରକାଶ ପାଇଛି । ଆଜିର ଏହି ୨୭ କରୋନା ରୋଗୀ ଚିହ୍ନଟ ପରେ ମୋଟ ସଂଖ୍ୟା ୪୧୧ ରେ ପହଞ୍ଚିଛି । ଗଜପତି ଜିଲ୍ଲାରେ ମୋଟ ୪୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୨୭ ଜଣଙ୍କ ମଧ୍ୟରୁ ୨୬ଜଣଙ୍କୁ ଆର.ସୀତାପୁର ଠାରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଅନ୍ୟ ଜଣେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏ ନେଇ ଏକ ପ୍ରେସ ଇସ୍ତହାର ମାଧ୍ୟମରେ ଜଣାଇଛନ୍ତି,ଆଜି ପୁଣି ୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହି ୨୭ଜଣଙ୍କୁ ମିଶାଇ ବର୍ତ୍ତମାନ ଗଜପତିରେ ୪୧୧ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ସମ୍ପୁଣ୍ଣ ଭାବେ ଏ ନେଇ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ନୁତନ ଭାବେ ଯେଉଁ ୨୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ତାମିଲନାଡୁରୁ ୩ଜଣ,ଆନ୍ଧ୍ରରୁ ୫ଜଣ,ତେଲାଙ୍ଗାନାରୁ ୩ଜଣ ଓ କଣ୍ଣ୍ାଟକରୁ ୩ଜଣ ମୋଟ ଏହି ୧୪ଜଣ ପ୍ରବାସୀ ଗଜପତି ଜିଲ୍ଲାକୁ ଫେରିଥିଲେ । ଏହି ୧୪ଜଣଙ୍କ ସହ ଅନ୍ୟ ୧୨ଜଣ ସଂଘରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଜଣେ ଭୁବନେଶ୍ୱରରୁ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ଏମାନଙ୍କୁ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାଯାଇଛି ।