ଗଜପତିରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗ୍ରାମାଞ୍ଚଳର ଲୋକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଗଜପତି ଜିଲ୍ଲାର ରା,ଉଦୟଗିରି ଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରାଗଲା । ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ପରିନତ ହେବା ପରେ ମଧ୍ୟ କାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଆହୁରି ଖରାପ ସ୍ତରରେ ରହିଛି । ଏହାର ଏହା ସୋୌଜଗ ନେଇ ଆଇସୟୁ ଡାକ୍ତର ଘରେ ଗୋଗି ସେବା ଚାଲଛି , ଏହି ଅଞ୍ଚଳର କ୍ବୁକ୍ ସଂଖ୍ୟା ବଢି ବଢି ଚାଲିଛି ଏବଂ ରୋଗି ସେବା କାର୍ଯ୍ୟ ଚାଲିଥିବାର ଦେଖିବାକୁ ମିଳୁଛି । ବହୁ ବର୍ଷ ପୂର୍ବେ ମାଓବାଦୀ ଆହତ ସିପାହୀଙ୍କୁ ଏଠାରେ ମୌଳିକ ଚିକିତ୍ସା ସୁବିଧା ମିଳିନଥିଲା । ସେହି ସମୟରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ମୁଖ୍ୟମନ୍ତୀ ସ୍ବର୍ଗତ ଜାନୀକୀ ପଟ୍ଟନାୟକ ଏଠାକୁ ଗ୍ରସ୍ତ କରି ମେଡିକାଲର ଅବସ୍ଥା ଦେଖିଥିଲେ । ସ୍ବାସ୍ଥ୍ୟକେନ୍ଦ୍ରର ସୁଧାର ଆଣିବାକୁ ନେଇ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ମାନ୍ୟତା ଦେଇଥିଲେ । ଏଠିରେ ଜଣେ ଭେଷକ, ଅସ୍ଥିଶଲ୍ୟ , ସ୍ତ୍ରୀ ପ୍ରସ୍ବତି ଓ ଶିଶୁ ରୋଗ ବିଶେଷଜ୍ଞା ଦେବା ପାଇଁ ସ୍ଥିର କରାଯାଇଥିଲା । ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୧ଜଣ ଏମବିଏସ ଡାକ୍ତର , ଜଣେ ଆଇସିୟୁ ଡାକ୍ତର ପାଇଛନ୍ତି ଏହି ଡାକ୍ତର ମାନେ ପାଳିକରି ଡାକ୍ତରଖାନାକୁ ଆସି ରୋଗି ସେବା କରନ୍ତି । ଏଠାରେ ନିଯୁକ୍ତି ପାଇଥିବା ଆଇସିୟୁ ଡାକ୍ତର ଜଣେ ସେ ଏଠାରେ ସତାହକୁ ମାତ୍ର ୩ ରହନ୍ତି ଅନ୍ୟ ଦିନରେ ସେ ଗୁଣୁପୁରୁ ଆଞ୍ଚଳର ପଦ୍ମପୁର କିନିକି ରୋଗି ସେବାକରିକୁ ଚାଲିଯାଆନ୍ତି । ଯେଉଁ ୩ ରହନ୍ତ ମେଡିକଲରେ ରୋଗି ସେବା ବଦଳରେ ନିଜର ବାସଭବନରେ ରୋଗି ଚିକିତ୍ସା କରିବାରେ ଦିନ ବିତେଇ ଦିଅନ୍ତି । ଡାକ୍ତର ଘରେ ସୋମବାର ହେଲେ ରୋଗି ଯାତ୍ରା ଭଲିଆ ରୋଗି । ଏହି ସମସ୍ତ ବିଷୟ ଜିଲ୍ଲାର ସିଡିଏମ ଓ ମେଡିକଲ ଇନିଚାଜ ଜାଣି ଚୁପୁ ରହନ୍ତି । ଏହି ସ୍ବାସ୍ଥ୍ୟ ଉପରେ ଆର,ଉଦୟଗିରି ଓ ନୁଆଗଡ ୩୦ ହଜାର ଉର୍ଦ୍ବ ଲୋକେ ନିଭରକରନ୍ତି । ନିଯୁକ୍ତି ହୋଇଥିବା ଇନିଚାଜ ଅଧିକ ସମୟ ଅଫିସ କାର୍ଯ୍ୟ ଆଳା ଦେଖାଇ ଅନୁଉପସ୍ଥି ରହନ୍ତି । ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁୁଥିବା ରୋଗି ବାଧ୍ୟ ହୋଇ ଅଅଞ୍ଚଳରେ ଥିବା ଅଣ୍ଡର ମେଟିଗି କ୍ବକ୍ ଉପରେ ନିଭର ସିଳ କରନ୍ତି । ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ସରକାରୀ ଔଷଧକୁ ଏଠାରେ ଅବସ୍ଥାପିତ ଫାର୍ମଷ୍ଟି ମାନେ କ୍ବାକ୍କୁ ବିକ୍ରି କରଦିଅନ୍ତି । ସାମାନ୍ୟ ଜର ହେଲେ ମଧ୍ୟ ୩ ହଜାରରୁ ୫ ହଜାର ଟଙ୍କା ଔଷଧ ଲେଖନ୍ତି ।ଏହି ପରି ସ୍ବାସ୍ଥ୍ୟସେବା ନପାଇପାରି ଛେଳିଗଡ , ମହେନ୍ଦ୍ରଗଡ ଓ ରାମଗିରିରେ ଖୋଲିଥିବା ବଙ୍ଗାଳୀ ଡାକ୍ତରଙ୍କ କ୍ଲିନିକ୍ ଉପରେ ନିର୍ଭର କରନ୍ତି । ସେମାନେ ମଧ୍ୟ ରୋଗୀମାନଙ୍କ ଠାରୁ ଶୋଷଣ କରୁଥିବାର ସୁଣିବାକୁ ମିଳୁଛି । କ୍ବାକ୍ କିମ୍ବା ବଙ୍ଗାଳୀ ଡାକ୍ତର ମାନଙ୍କ ଉପରେ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯିବାରୁ ଏହାଦ୍ବାରାକି କ୍ବୁକ୍ ସଂଖ୍ୟା ବଢି ବଢି ଚାଲିଛି । ଜିଲ୍ଲା ପ୍ରଶାସନ କ୍ବୁକ୍ ଓ ବଙ୍ଗାଳୀ ଡାକ୍ତର ମାନଙ୍କ ଠାରୁ ମାସି ଚାନ୍ଦା ନେଇ ଚୁପ ରହିଯାଆନ୍ତି । ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ଅଧିନରେ ଥିବା ଛେଳିଗଡ ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଡାକ୍ତର ମାନେ ମାସକୁ ମାତ୍ର ୨୦ ଦିନ ଡାକ୍ତର ଖାନାକୁ ଯାଆନ୍ତି ଅଧିକାଂଶ ସମୟ ଫାର୍ମସିଷ୍ଟ ଦ୍ବାରା ସ୍ବାସ୍ଥ୍ୟ ସେବା ଚାଲିଛି ।ସେହି ଡେରେବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୁତି ପାଇଥିବା ଡାକ୍ତର ରହିବାକୁ ଘର ନଥିବାରୁ ଡାକ୍ତର ଠିକ୍ ସ୍ବାସ୍ଥ୍ୟା ଯାଉନାହାନ୍ତି । ଫାର୍ମସିଷ୍ଟ ଭରଷାରେ ସ୍ବାସ୍ଥ୍ୟ କେନ୍ଦ୍ର ଚାଲିଛି । ଏହାର ସୋଜଗ ନେଇ. ଫାର୍ମସିଷ୍ଟ ବିନା ଟଙ୍କାରେ କୌଣସି ଔଷଧ ଓ ଇଜେସନ୍ ଦେଉନଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରନ୍ତି । ଆର,ଉଦୟଗିରି ଗୋଷ୍ଠୀ ସ୍ବସ୍ଥ୍ୟା କେନ୍ଦ୍ରରେ ୪ ଜଣ ବିଶେଷଜ୍ଞ ଖାଲି ପଡିଛି , ୪ଜଣ ଏବି ଏସ (M B S ) ଡାକ୍ତର ବଦଳରେ ଜଣେ ଡାକ୍ତର ଅଛି ୩ ଜଣ ଖାଲି ଅଛି , ୩ ଜଣ ଫାର୍ମସିଷ୍ଟ ବଦଳରେ ୨ ଜଣ ଅଛି, A M ୧୮ ଜଣରୁ ୧୧ ଜଣ ଅଛି ଓ ଛେଳିଗଡ ଓ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମସିଷ୍ଟ ଖାଲି ପଡିଛି ।ଏହି ବିଷୟ ନେଇ ଆର,ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦର ଅଧିକାରୀଣି ନିବେଦିତା ପଣ୍ଡା ସହ ଯୋଗାଯୋଗା କରିବାରୁ ସେକହିଲେ ଏହି ସମସ୍ତ ବିଷୟ ଜିଲ୍ଲା ଅଧିକାରୀ ଜଣାଇଛୁ ବୋଲି କହିଥିଲେ । ଆଇୟସୁ ଡାକ୍ତର ବିରୋଧରେ ବହୁବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପରେ କାହିଁ କି ସେହି ଡାକ୍ତର ଉପରେ କୌଣସି କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାନଯିାର କାରଣ କଣ । ଆର. ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫ଟି ସରକାର ଲଗାମନାହିଁ କି ବୋଲି ସାଧାରଣରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ