ଗଜପତିରେ ହିଂସା ଓ ନିର୍ବାଚନ ଭଣ୍ଡୁର ପାଇଁ ମାଓବାଦୀଙ୍କ ଉଦ୍ୟମ

ପାରଳାଖେମୁଣ୍ଡି-(ଯୁଗାବ୍ଦ ନ୍ୟୁଜ)-ଗଜପତି ଜିଲ୍ଲାରେ ଗତ କିଛି ବର୍ଷ ହେଲା ମାଓବାଦୀଙ୍କ କାର୍ଯ୍ୟକଳାପ ଦୂରେଇ ଯାଇଥିଲା । ହେଲେ ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ମାଓବାଦୀମାନେ ଗଜପତିରେ ବିଭିନ୍ନ କାର୍ଯ୍ୟ ଓ ହିଂସା ଘଟାଇବାକୁ ଉଦ୍ୟମ ଜାରି ରଖିଥିବା ଲକ୍ଷ କରାଯାଇଛି । ଗଜପତି ଜିଲ୍ଲାର ଅଡବା ଥାନା ଅଞ୍ଚଳରେ ଏକ କଲଭର୍ଟ ତଳେ ୨ଗୋଟି ଲ୍ୟାଣ୍ଡମାଇନ,ତାର ଓ ଜିଲୋଟିନକୁ ପୋଲିସ ଉଦ୍ଧାର କରିବା ପରେ ମାଓବାଦୀମାନେ ପୁଣି ଜିଲ୍ଲାରେ ପ୍ରବେଶ କରି ସେମାନଙ୍କ କାର୍ଯ୍ୟକ୍ରମ ଅରମ୍ଭ କରିଥିବା ସ୍ୱଷ୍ଟ ହୋଇଯାଇଛି । ନିର୍ବଚନକୁ ଭଣ୍ଡୁର କରିବା ପାଇଁ ମାଓବାଦୀ ରଚିଥିଲେ ଷଡଯନ୍ତ୍ର । କଲଭର୍ଟ ତଳେ ପୋତିଥିଲେ ଲ୍ୟାଣ୍ଡମାଇନ । ମାତ୍ର ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ମାଓବାଦୀଙ୍କ ଉଦ୍ୟମକୁ ପଣ୍ଡ କରିଦେଇଛି । ଗତକାଲି ପୋଲିସ ଓ ଏସ୍ ଏସ୍ ବିଏନ୍ ଯବାନଙ୍କ ମିଳିତ କମ୍ବିଂ ଅପରେସନ ଚାଲିଥିବା ବେଳେ ଝିଲିକି ଅନ୍ଧାରଘାଟିର ଏକ କଲଭର୍ଟ ତଳୁ ୨ଟି ଲ୍ୟାଣ୍ଡମାଇନ ଜବତ ହୋଇଛି । ଏହି ଲ୍ୟାଣ୍ଡମାଇନ ୫୦କିଲୋ ଓଜନ ହେବ ବୋଲି କୁହାଯାଇଛି । ଏହା ଦୁଇ ତିନି ଦିନ ମଧ୍ୟରେ ଖଞ୍ଜା ଯାଇଥିବା ଗଜପତି ଏସପି ସାରା ଶର୍ମା ପ୍ରକାଶ କରି କହିଛନ୍ତି । ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବାରୁ ସେହି ଅଞ୍ଚଳରେ ପୁଲିସ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି । ଉକ୍ତ ଅଞ୍ଚଳରେ ଲ୍ୟାଣ୍ଡ ମାଇନ ଥିବା ନେଇ ପୋଲିସ ପାଖରେ ଖବର ଥିଲା । ଏଥିପାଇଁ ଗତ ୨ଦିନ ହେଲା ପୋଲିସ ଓ ଏସ୍ ଏସ୍ ଏନ୍ ଯବାନ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଗତକାଲି ଅପରାହ୍ନ ୫ଟାରେ ଅନ୍ଧାରୀଘାଟି କଲଭର୍ଟ ତଳେ ୨ଟି ଲ୍ୟାଣ୍ଡମାଇନକୁ ଠାବ କରିଥିଲେ ଯବାନ । ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ଠାରୁ ୫୦ମିଟର ତାର ଜଙ୍ଗଲ ମଧ୍ୟକୁ ବିଛା ଯାଇଥିଲା । ବୋମା ନିଷ୍କ୍ରୀୟ ଦଳକୁ ଖବର ଦିଆଯିବା ସହ ଗଜପତି ଏସପି ସାରା ଶର୍ମା,୨ଜଣ ନିର୍ବାଚନ ପର୍ଯ୍ୟବେକ୍ଷକ,ମୋହନା ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ବଂଶୀଧର ଖୋସଲା ଓ ଅଡବା ଥାନା ଅଧିକାରୀ ଅଜୟ ବାରିକ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ । ଆସନ୍ତା ୧୧ ତାରିଖ ମତଦାନ ପୂର୍ବରୁ କିଛି ଅଘଟଣ ଘଟାଇବା ପାଇଁ ମାଓବାଦୀଙ୍କ ପକ୍ଷରୁ ଏହି ଲ୍ୟାଣ୍ଡମାଇନ ଖଞ୍ଜାଯାଇଥିବା ପୋଲିସ ଅନୁମାନ କରୁଛି । ସୂଚନା ଯୋଗ୍ୟ ଯେ ୨୦୦୯ ଫେବୃୟାରୀ ୧୬ରେ ଏକ ଜନସମ୍ପର୍କ ଶିବିରକୁ ୧୭ଜଣ ଡିଭିଏଫ୍ ଯବାନଙ୍କୁ ନେଇ ଏକ ମିନି ବସ୍ କଟାମା ଯାଉଥିଲା । ଠିକ୍ ସେହି କଲଭର୍ଟ ନିକଟରେ ଗାଡି ପହଞ୍ଚିବା ପରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ । ୧୭ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିଲେ । ସେହି ସମୟରେ ମାଓବାଦୀମାନଙ୍କ ଉକ୍ତ ଅଞାଚଳରେ ଚଳପ୍ରଚଳ ଥିବା ବେଳେ ଗତକାଲିର ଘଟଣା ପୁଣି ମାøାବାଦୀଙ୍କ ଉପସ୍ଥିତିକୁ ଜାହିର କରିଛି । କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ନିର୍ବାଚନ ପାଇଁ ପୁସିଂ ଗାଡିକୁ ମଧ୍ୟ ଉକ୍ତ ଅଞ୍ଚଳକୁ ଛଡା ଯାଇନାହିଁ । କଡା ସୁରକ୍ଷା ମଧ୍ୟରେ ଅଡବା ଅଞ୍ଚଳର ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରକୁ ଇଭିଏମ୍ ଓ ପୋଲିଂ ଅଫିସରମାନଙ୍କୁ ନିଆଯିବ ବୋଲି ଏସ୍ ପି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ