ଗଜପତିରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ ଆଜି ପୁଣି ୬୧ ପଜିଟିଭ୍ ଚିହ୍ନଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି । ବର୍ତ୍ତମାନ ଗଜପତି ଜିଲ୍ଲା କରୋନା ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଜଣକୁ ମିଶାଇ ସଂଖ୍ୟା ୧୬୬୧ରେ ପହଞ୍ଚିଛି । ଆଜିର ଏହି ୬୧ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳର ୧୭ଜଣ,ଗୁମ୍ମା ବ୍ଲକର ୧୦ଜଣ,ଗୋଷାଣୀ ବ୍ଲକର ୬ଜଣ,ରାୟଗଡା ବ୍ଲକର ୯ଜଣ, କାଶୀନଗର ବ୍ଲକର ୫ଜଣ,ନୁଆଗଡ ବ୍ଲକର ୩ଜଣ,ମୋହନା ବ୍ଲକର ୧୦ଜଣ ଜିଲ୍ଲା ବାହାରେ ଜଣେ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରେ ୩ଜଣ କରୋନା ଯୋଦ୍ଧା ,ସ୍ୱାସ୍ଥ୍ୟକର୍ମୀଙ୍କ ଯାଞ୍ଚ ବେଳେ ୪୬ଜଣ,ପୁର୍ବ ସଂକ୍ରମିତଙ୍କ ସଂସ୍ପର୍ଷରେ ୧୨ଜଣ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଅନୁପମ ସାହା ସୁଚନା ଦେଇଛନ୍ତି । ପାରଳାଖେମୁଣ୍ଡି ସହରର ୨ଜଣ ବ୍ୟକ୍ତି ଜିଲ୍ଲା ବାହାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଗଞ୍ଜାମର ସିତଳପଲ୍ଲି ଠାରେ ଥିବା ଟାଟା କୋଭିଡ୍ ହସ୍ପିଟାଲରେ ଓ ଅନ୍ୟ ଜଣେ ଭୁବନେଶ୍ୱର ସୋମ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଗଜପତି ଜିଲ୍ଲାପାଳ ଏହି ସମସ୍ତ ସୁଚନା ଦେବା ସହ ସମସ୍ତେ କରୋନା ପାଇଁ ସତର୍କତା ଅବଲମ୍ବନ କରି ସୁରକ୍ଷିତ ରହିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଯେ କୌଣସି କରୋନା ଜନିତ ତଥ୍ୟ ମିଳିଲେ ପ୍ରଶାସନକୁ ତୁରନ୍ତ ସୁଚନା ଦେବାକୁ ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ