ଗଜପତିରେ ୧୦ ଫୁଟ୍ ବୋଡା ଉଦ୍ଧାର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦର ମହକୁମା ସ୍ଥିତ ଗଡା ସାହି ଠାରେ ଶୁକ୍ରବାର ଏକ ବୋଡା ସାପ ଉଦ୍ଧାର ହୋଇଛି । ଉକ୍ତ ସାପଟି ୧୦ ଫୁଟ୍ ଲମ୍ବା ରହିଥିବା ବେଳେ ପ୍ରତିଦିନ ଗଡା ସାହିର କୁକୁଡା ମାନଙ୍କୁ ଖାଇଦେଉଥିବା ଅଭିଯୋଗ ହୋଇଥିଲା । ଆଜି ଜଦୁମଣି ପାଇକଙ୍କ କୁକୁଡା ଖାଉଥିବା ବେଳେ ସାପଟିକୁ ସାହି ଲୋକେ ଉଦ୍ଧାର କରି ଗାଁରେ ବୁଲାଇ ନିକଟସ୍ଥ ଜଙ୍ଗଲରେ ଛାଡିଥିବା ଜଣାପଡିଛି ।


