ଗଜପତିରେ ୨୦ କୋଟି ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇ ଗଛକୁ ପୋଡାଗଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ସୁବ୍ରତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆର୍‌.ଉଦୟଗିରି ପୋଲିସ, ଅବକାରୀ ବିଭାଗ, ବନ ବିଭାଗ ଓ ରାଜସ୍ୱ ବିଭାଗର ମିଳିତ ଚଢାଉ କରାଯାଇ ୨୦ କୋଟି ୨୬ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିବାର ଜଣାପଡିଛି । ନୂଆଗଡ ବ୍ଲକ ଅନ୍ତର୍ଗତ ଅନୁଗୁରୁ ମୌଜାଅଞ୍ଚଳର ପ୍ରାୟ ୧୦୧.୩୦ ଏକର ଚାଷ ଜମିରେ ଏହି ଗଞ୍ଜେଇ ଚାଷ ହେଉଥିଲା । ପ୍ରାୟ ୨ଲକ୍ଷ ୨ହଜାର ୬ଶହ ଗଞ୍ଜେଇ ଗଛକୁ କାଟିବା ପରେ ପୋଡି ନଷ୍ଟ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ଏହି ଚଢାଉ ବେଳେ ମାଜିଷ୍ଟ୍ରେଟ ଭାବେ ଆର୍‌.ଉଦୟଗରି ତହସିଲଦାର ନାରାୟଣ ବେହେରା, ସମ୍ବଲପୁର ରାଜସ୍ୱ ନିରୀକ୍ଷକ ସୁଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିବାର ଆର୍‌.ଉଦୟଗିରି ଥାନା ଅଧିକାରୀ ରବୀନ୍ଦ୍ର ପଣ୍ଡା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ