ଗଜପତିରେ ୪ ଗୋଟି ମୋବାଇଲ ଟାୱାର ସ୍ଥାପନ ପାଇଁ ଲୋକସଭାରେ ବ୍ରହ୍ମପୁର ସାଂସଦଙ୍କ ଦାବି ଉପସ୍ଥାପନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଲୋକସଭାରେ ଗଜପତି ଜିଲ୍ଲାରେ ୪ ଟି ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବି ରଖିଥିବାର ଜଣା ପଡିଛି. ସାଂସଦ ଶ୍ରୀ ସାହୁଙ୍କ ସୂତ୍ରରୁ ପ୍ରକାଶଯେ ଚାଲୁ ରହିଥିବା ଲୋକସଭା ଅଧିବେଶନରେ ଗଜପତି ଜିଲ୍ଲାର ବିଶେଷ କରି ଉପାନ୍ତ ଅଞ୍ଚଳରେ ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବି ରଖା ଯାଉଛି. ଏନେଇ ସେ ଲୋକସଭା ଅଧକ୍ଷଙ୍କ ଦୃଷ୍ଟି ଆକାଶ୍ରଣ କରି ଜଣାଇଥିଲେଯେ କେନ୍ଦ୍ର କ୍ୟାବିନେଟ ୨୦୨୧ ମସିହାରେ ଦେଶର ଆକଂଶ ଜିଲ୍ଲାରେ ୟୁଏସଏଫଓଏଫ ଫଣ୍ଡ ସ୍କମିରେ ୪ ମୋବାଇଲ ଟାୱାର ସ୍ଥାପନ ପାଇଁ ଗୁରୁତ୍ୱ ଦେଇ ମଞ୍ଜୁର କରିଥିଲେ. ଏଥି ମଧ୍ୟରେ ରାଜ୍ୟର ୧୦ ପଛୁଆ ରାଜ୍ୟର ୧୯୩୩ ଗ୍ରାମ ଗ୍ରାମ ନିମନ୍ତେ ୨୩୬୯ ମୋବଇଲ ଟାୱାର ସ୍ଥାପନ କରିବାର ଲକ୍ଷ୍ୟ ଥିଲା. ଏଥି ମଧ୍ୟରେ ଗଜପତି ଜିଲ୍ଲାର ୪୨୭ ଗ୍ରାମାଞ୍ଚଳରେ ଯୋଗାଯୋଗର ବିକାଶ ନିମନ୍ତେ ୨୭୪ ଟାୱାର ସ୍ଥାପନ ପାଇଁ ମଞ୍ଜୁର ହୋଇଛି. ହେଲେ ଏହି ୪ ଜି ମୋବାଇଲ ଟାୱାର ଅଦ୍ୟବିଧି ଜିଲ୍ଲାରେ ଗୋଟିଏ ବି ସ୍ଥାପନ ହୋଇପାରିନାହିଁ. ଯଦ୍ୱାରାକି ଜିଲ୍ଲାର ଗ୍ରାମାଅଞ୍ଚର ବିକାଶ ହେବାରେ ପ୍ରତିବନ୍ଧକ ସାଜିଛି. ଏହାସହ ଇଣ୍ଟରନେଟ ଉପଲବ୍ଧି ନଥିବା ଯୋଗୁଁ ବିଶେଷ କରି ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ପଠନ କରିବା ଠାରୁ ଆରମ୍ଭ କରି ଅନଲାଇନରେ ହେଉଥିବା ସରକାରୀ କାର୍ଯ୍ୟ ଗୁଡିକ ସମ୍ପାଦନା ହୋଇପାରୁନାହଁ. ତେଣୁ ଯେ କେନ୍ଦ୍ର ସରକାର ତଥା ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେଯେ ନିର୍ଦ୍ଧିଷ୍ଟ ସମୟ ସୀମା ଧାର୍ଯ୍ୟ କରି ଗଜପତି ଜିଲାରେ ଏହି ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ ଦାବି ବକ୍ତବ୍ୟ ରଖିଥିବାର ଜଣାପଡିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ