ଗଜପତିରେ ୫ଟି ବିଦ୍ୟାଳୟ ସ୍ଥିତି ବେହାଲ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ୫-ଟି ବିଦ୍ୟାଳୟର ଉନ୍ନତିକରଣ ଓ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯାଉଛି. ହେଲେ ଏହି ଅର୍ଥ ବ୍ୟୟ କେବଳ କାଗଜ କଲମରେ ସୀମିତ ରହୁଥିବାରୁ ଗଜପତିର ଅନେକ 5ଟି ବିଦ୍ୟାଳୟର ସ୍ଥିତି ବେହାଲ ହୋଇପଡ଼ିଥିବା 5ଟି ବିଦ୍ୟାଳୟର ପ୍ରବେଶ ପଥରେ ଆବର୍ଜନା ପାଣି ଦେଇ ଯାତାୟାତ କରୁଛନ୍ତି ଛାତ୍ରଛାତ୍ରୀ।ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ୫-ଟି ସରକାରୀ ବିଦ୍ୟାଳୟ ଠାରେ।ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଗୁମ୍ମା ବ୍ଲକର ମୁଖ୍ୟ ରାସ୍ତା ଦେଇ ସାମାନ୍ୟ ବର୍ଷାରେ ବେହାଲ ଗୁମ୍ମା ମାର୍କେଟ ଛକ।ମଙ୍ଗଳବାର ଅପରାହ୍ନ ସମୟରେ ସାମାନ୍ୟ ବର୍ଷା ହୋଇଥିଲା।ହେଲେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଦୂଷିତ ଜଳ ନିଷ୍କାସନ ନହୋଇ ରାସ୍ତା ଉପରେ ଭାସୁଥିବା ଦେଖିବାକୁ ମିଳିଛି।ପୁରାତନ ନାଳର ପୁନରୁଦ୍ଧାର ନକରିବାରୁ ତଥା ଯୋଜନା ବିହୀନ ଭାବେ କାର୍ଯ୍ୟ କରାଯାଇଥିବାରୁ ଅସରାଏ ବର୍ଷା ହେଲେ ବର୍ଷା ଜଳ ଓ ଆବର୍ଜନା ଜଳ ଠିକ ଭାବେ ନିଷ୍କାସନ ହୋଇ ନପାରି ରାସ୍ତାରେ ଭାସୁଛି। ଏହି ଛକଟି ପ୍ରତି ସମୟରେ ଜନଗହଳି ରହିଥିବା ସହ ସରକାରୀ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଯିବାଆସିବା କରନ୍ତି। ବ୍ଲକ କାର୍ଯ୍ୟାଳୟ ଆଗରେ ଏପରି ଅବସ୍ଥା ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି।ଜବର ଦଖଲ କାରୀ ମାନେ ଡ୍ରେନେଜ ଉପରେ ଦୋକାନ କରିଥିବା ବେଳେ ନୂତନ ଭାବେ ନାଳ ନିର୍ମାଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।ସାମାନ୍ୟ ବର୍ଷା ଯୋଗୁଁ ଏପରି ଅବସ୍ଥା ଯଦି ଆଗକୁ ବର୍ଷା ଋତୁରେ ଏହି ସ୍ଥାନର ମାନଚିତ୍ର ବଦଳି ଯିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଗ୍ରାମବାସୀ।ଏନେଇ ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇବା ସହ ବିଭାଗ୍ୟ ଅଧିକାରୀ ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ