ଗଜପତିରେ ୫ଟି ହାଇସ୍କୁଲକୁ ସ୍ମାର୍ଟ କ୍ଲାସ ଆରମ୍ଭ ନେଇ ଖସଡା ପ୍ରସ୍ତୁତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ୫ଗୋଟି ଉଚ୍ଚ ବିଦ୍ୟାଳୟର ସ୍ମାର୍ଟ କ୍ଲାସ ଆରମ୍ଭ ସହ ସାମଗ୍ରିକ ବିକାଶ ଆଦି ସମ୍ପର୍କରେ ୫ଟି ସଚିବଙ୍କ ସହ ଭିଡିଓ କନ୍‌ଫେରେନ୍ସ ମାଧ୍ୟମରେ ଆଲୋଚନା ହୋଇଥିବାର ଜଣାପଡିଛି । ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ, ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ପ୍ରମୁଖଙ୍କ ସହ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ଜିଲ୍ଲା ତଥା ବ୍ଲକ ସ୍ତରୀୟ ଜନ ପ୍ରତିନିଧି, ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକ ମାନେ ଉପସ୍ଥିତଥିଲେ । ଜିଲ୍ଲାର ଏହି ୫ଗୋଟି ବିଦ୍ୟାଳୟ ହେଲା ଯଥା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ, ଗୁରାଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ, ଗୁମ୍ମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଛେଳିଗଡ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଶିକୁଳିପଦର ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ଭିଡିଓ କନ୍‌ଫେରେନ୍ସ ମାଧ୍ୟମରେ ୫ଟି ସଚିବଙ୍କ ଦ୍ୱାରା ଏହି ବିଦ୍ୟାଳୟ ମାନଙ୍କର ପରିଚାଳନା କମିଟି, ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ ମାନଙ୍କ ସହ ଆଲୋଚନା କରାଯାଇ ସ୍ଥିର କରାଯାଇଥିଲା । ସରକାର ଏହି ବଦ୍ୟାଳୟ ମାନଙ୍କର ସାମଗ୍ରିକ ବିକାଶ ତଥା ସୌନ୍ଦର୍ଯ୍ୟ କରଣ, ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ, ଖେଳପଡିଆ, ଶୌଚାଳୟ, ପାନୀୟ ଜଳ ଇତ୍ୟାଦି ସମ୍ପାଦନ କରାଯିବ ବୋଲି ଆଲୋଚନା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ