ଗଜପତିରେ ୬୨ କରୋନା ଆକ୍ରାନ୍ତ ଚିହ୍ନଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ କରୋନାର ପ୍ରକୋପ ଜାରି ରହିଛି । ଦୈନନ୍ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଛି । ଆଜି ରବିବାର ଦିନ ଜିଲ୍ଲାରେ ମୋଟ ୬୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୬୨ଜଣ ପୋଜିଟିଭ୍ ଚିହ୍ନଟ ମଧ୍ୟରେ ଗୋଷାଣୀ ବ୍ଲକରୁ ସର୍ବାଧିକ ୩୦ଜଣ ଚିହ୍ନଟ ହୋଇଥିବାବେଳେ କାଶୀନଗର ବ୍ଲକରୁ ୧୨ଜଣ, ରାୟଗଡ ବ୍ଲକରୁ ୬ଜଣ, ଗୁମ୍ମା ବ୍ଲକରୁ ୪ଜଣ, ମୋହନା ବ୍ଲକରୁ ୪ଜଣ, ନୂଆଗଡ ବ୍ଲକରୁ ଜଣେ ଏବଂ ଆନ୍ଧ୍ରପ୍ରଦେଶରୁ ୫ଜଣ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଚନ୍ତି । କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପ୍ରତ୍ୟେକ ବ୍ୟକ୍ତି ସେପରି ଜରୁରୀ ଆବଶ୍ୟକତା ନଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ଗଜପତି ଜିଲ୍ଲାପାଳ ଶ୍ରୀ ପଣ୍ଡା ଜିଲ୍ଲାବାସୀଙ୍କୁ ନିବେଦନ କରିବା ସହ ମାସ୍କ ପରିଧାନ ବାଧ୍ୟତାମୂଳକ, ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ଏବଂ ବାରମ୍ବାର ହାତଧୋଇବା ଆଦି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ।