ଗଜପତିରେ ୬୯ଏକରରେ ଚୋରାରେ ଚାଷ କରାଯାଇଥିବା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା,ଜିଲ୍ଲା ଏସପି ଜୟରାମ ଶତପଥିଙ୍କ ନିର୍ଦ୍ଦେଶକ୍ରମେ ଚଢାଉ କରାଯାଇ ଚୋରାରେ ଚାଷ କରାଯାଇଥିବା ୬୯ଏକରର ୧ଲକ୍ଷ ୩୯ହଜାର ଗଛକୁ ପୋଡି ଦିଆଯାଇଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ, ମୋହନା ଥାନା ଅନ୍ତର୍ଗତ ବାଘମାରୀ ପଞ୍ଚାୟତ ଅଞ୍ଚଳରେ ଅବକାରୀ ଓ ପୋଲିସର ମିଳିତ ଚଢାଉ କରାଯାଇ ପ୍ରାୟ ୧୪ କୋଟି ଟଙ୍କାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିବାର ଜଣାପଡିଛି । ବାଘମାରୀ ପଞ୍ଚାୟତର ଗୁଇମେରା ଗ୍ରାମାଞ୍ଚଳର ଘଞ୍ଚ ଜଙ୍ଗଲରେ ୬୯ ଏକର ଜମିରେ ପ୍ରାୟ ୧ଲକ୍ଷ ୩୯ ହଜାର ଗଛ ୬୯ ପରିମିତ ଜମିରେ ଏହି ଗଞ୍ଜେଇ ଚାଷ ହେଉଥିଲା । ଏହି ଖବର କୌଣସି ସୂତ୍ରରୁ ପାଇ ଉଭୟ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଘଟଣାରେ କେହି ଗିରଫ ହୋଇ ନ ଥିବା ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ