ଗଜପତିରେ ୭୨ତମ ସାଧାରଣତନ୍ତ୍ର ଦିବସ ଜାତୀୟ ମାଷ୍ଟର୍ ପ୍ରତିଯୋଗୀତାରେ ଓଡିଶାକୁ ଗୌରବ ଆଣିଥିବା କିଶୋର ରଥ ସମ୍ମାନୀତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିୟମ୍ରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ହସ୍ତତନ୍ତ,ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । ସାଧାରଣତନ୍ତ୍ର ଦିବସ ପାଳନର ମହତ୍ୱ ଉପରେ ଗୁରୁତ୍ୱ ଆରୋପ କରି ସରକାରଙ୍କ ବିଭିନ୍ନ ଉନ୍ନୟନ ଓ ଜନ ହିତକର କାର୍ଯ୍ୟକ୍ରମ ଗୁଡିକର ସୁଫଳ ଯେପରି ପ୍ରତ୍ୟେକ ଲୋକଙ୍କ ଠାରେ ପହଞ୍ଚିବ ସେଥି ପାଇଁ ସମସ୍ତ ସରକାରୀ ଅଧିକାରୀ କର୍ମଚାରୀ ଓ ନିର୍ବାଚିତ ସମସ୍ତ ଜନ ପ୍ରତିନିଧି କାର୍ଯ୍ୟ କରିବାକୁ ପଡିବ ବୋଲି ଆହ୍ୱାନ ଦେଇଥିଲେ । ଏହି ଅବସରରେ ଗଜପତିର ଅବକାରୀ ଏଏସ୍ଆଇ କିଶୋର ଚନ୍ଦ୍ର ରଥ ମଣିପୁର ଇମ୍ଫାଲ ଠାରେ ଅନୁଷ୍ଠିତ ଜାତୀୟ ମାଷ୍ଟର ଆଥଲେଟିକ୍ସ୍ ପ୍ରତିଯୋଗୀତାରେ ୨ଟି ରୌପ୍ୟ ପଦକ ହାସଲ କରି ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିବାରେ ସକ୍ଷମ ହୋଇଥିବା ଯୋଗୁଁ ଶ୍ରଦ୍ଧା ଓ ସମ୍ମାନରେ ମନ୍ତ୍ରୀ ପଦ୍ମିନୀ ଦିଆନ୍ ସମ୍ମାନୀତ କରିଛନ୍ତି । ସେହିପରି ଅନ୍ୟାନ୍ୟ କ୍ଷେତ୍ରରେ ଗଜପତି ପାଇଁ ସମ୍ମାନର କାରଣ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଆଜିର ଏହି ଉତ୍ସବରେ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ଗଜପତି ଜିଲ୍ଲା ଏସ୍ପି ତପନ କୁମାର ପଟ୍ଟନାୟକ,ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ବହୁ ପଦାଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।


